ଓଡିଶା

odisha

ETV Bharat / sports

ବେଙ୍ଗାଲୁରୁରେ ରାବାଡା ଝଡ, ପୁଣି ହାରିଲା କୋହଲିଙ୍କ ଦଳ - cricket

ରବାଡାଙ୍କୁ ମିଳିଲା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌। ଆରସିବି ଆଜିର ପରାଜୟ ଫଳରେ କ୍ରମାଗତ 6ଷ୍ଠ ଥର ଚଳିତ ଆଇପିଏଲରେ ପରାଜୟର ସାମ୍ନା କରିଛି । ପୂର୍ବରୁ ଆଇପିଏଲ୍‌ ଇତିହାସରେ 2013 ମସିହାରେ ଦିଲ୍ଲୀ ଡେୟାର ଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) କ୍ରମାଗତ ଭାବେ 6ଥର ହାରିଥିଲା।

ଫଟୋ ସୌଜନ୍ଯ:ସୋସିଆଲ ମିଡିଆ@ଟ୍ବିଟର

By

Published : Apr 7, 2019, 11:03 PM IST

ବେଙ୍ଗାଲୁରୁ: ବିରାଟ ବାହିନୀକୁ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ ଠାରୁ ଲଜ୍ଜାଜନକ ପରାଜୟ ମିଳିଛି । ଦିଲ୍ଲୀର ଘାତକ ବୋଲର୍‌ କାଗିସୋ ରବାଡାଙ୍କ ଦମଦାର ବୋଲିଂ ଏବଂ କ୍ୟାପଟନ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟଲ୍ସ ଆରସିବି ବିପକ୍ଷରେ 4ଓ୍ବିକେଟ୍‌ରେ ବିଜୟ ହାସଲ କରିଛି।

ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ଆରସିବିକୁ ବ୍ୟାଟିିଂ ପାଇଁ ଆମନ୍ତ୍ରଣ କରିଥିଲେ । ପରେ ରବାଡା ଝଡରେ ଭାସିଯାଇଥିଲା ବେଙ୍ଗାଲୁଲୁ ବ୍ୟାଟିଂ । ସେ 21ରନ ବ୍ୟୟରେ 4 ଓ୍ବିକେଟ୍‌ ହାସଲ କରିଥିଲେ।

ତେବେ ଦିଲ୍ଲୀକୁ 150 ରନର ଟାର୍ଗେଟ ଦେଇଥିଲା ବେଙ୍ଗାଲୁରୁ। ଅଧିନାୟକ କୋହଲି ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ସମ୍ମାନ ଜନକ ସ୍କୋର ଠିଆ କରିଥିବା ଘରୋଇ ଦଳ ।


ତେବେ 18.5 ଓଭରରେ 150ରନ୍‌ର ଟାର୍ଗେଟ୍‌ ଅତି ସହଜରେ ଦିଲ୍ଲୀ ହାସଲ କରିଥିଲା । ଦିଲ୍ଲୀର ଅଧିନାୟକ ଶ୍ରେୟସ 50 ବଲ୍‌ରେ 67ରନ୍‌ କରିଥିଲେ । ଏହି ମ୍ଯାଚ୍‌ରେ 21ରନ୍‌ରେ 4 ଓ୍ବିକେଟ୍‌ ହାସଲ କରିଥିବା ଦିଲ୍ଲୀର କାଗିସେ ରବାଡାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ଯାଚ୍‌ ମିଳିଛି ।

ତେବେ ଆରସିବି ଆଜିର ପରାଜୟ ପରେ କ୍ରମାଗତ 6ଷ୍ଠ ଥର ପାଇଁ ଆଇପିଏଲରେ ପରାଜୟର ସାମ୍ନା କରିଛି । ଏହା ପୂର୍ବରୁ ଆଇପିଏଲ୍‌ ଇତିହାସରେ 2013 ମସିହାରେ ଦିଲ୍ଲୀ ଡେୟାର ଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) କ୍ରମାଗତ ଭାବେ 6ଥର ହାରିଥିଲା ।


ସୂଚନାମୁତାବକ, ଆରସିବି ତା'ର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ଠାରୁ 7 ଓ୍ବିକେଟ୍‌ରେ ହରାଇଥିଲା । ଏହାପରେ ମୁମ୍ବାଇ ଠାରୁ 6ରନ୍‌ରେ, ହାଇଦ୍ରାବାଦ୍‌ ଠାରୁ 118ରନ୍‌ରେ, ରାଜସ୍ଥାନରୁ 7 ଓ୍ବିକେଟ୍‌ରେ, କୋଲକତା ଠାରୁ 5 ଓ୍ବିକେଟ୍‌ରେ ଓ ଆଜି ଦିଲ୍ଲୀ ଠାରୁ 4 ଓ୍ବିକେଟ୍‌ରେ ବିରାଟ ବାହିନୀ ହାରିଛି ।

For All Latest Updates

ABOUT THE AUTHOR

...view details