ଓଡିଶା

odisha

ETV Bharat / sports

ଆଇପିଏଲ୍‌ 2019: ଜାଣନ୍ତୁ 5ଟି ଖାସ କଥା

ଦେଶରେ ପ୍ରଥମ ଥର ଲୋକସଭା ନିର୍ବାଚନ ଓ ଆଇପିଏଲ୍‌ ସମାନ ସମୟରେର ଅନୁଷ୍ଠିତ ହେବ।

By

Published : Mar 23, 2019, 4:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ନୂଆଦିଲ୍ଲୀ: ଆଠଟି ଟିମ ଲଢ଼ିବେ ଗୋଟିଏ ଟ୍ରଫି ପାଇଁ। ଶନିବାର ଆରମ୍ଭ ହୋଉଛି ଆଇପିଏଲ ମହାସମର। ସମସ୍ତ ଟିମ ପ୍ରସ୍ତୁତ ହୋଇ ସାରିଛନ୍ତି ନିଜ ନିଜର ଖେଳାଳିଙ୍କୁ ନେଇ। ତେବେ ଏହି ବର୍ଷ ଆଇପିଏଲ୍‌ରେ ରହିଛି କିଛି ଖାସ କଥା ଯାହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ପ୍ରଥମ ମ୍ୟାଚରେ ଧୋନି କୋହଲି ମୁହାଁମୁହିଁ
ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ମଧ୍ୟରେ ଖେଳାଯିବ। ଗୋଟିଏ ଦଶକରୁ ଅଧିକ ସମୟ ଧରି ଏହି ଲିଡ ଚାଲିଛି। ଏହାର ରୋମାଞ୍ଚ ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି। ତେବେ ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ଧୋନି ଓ କୋହଲିଙ୍କୁ ପ୍ରଥମ ମ୍ୟାଚରେ ମୁହାଁ ମୁହିଁ ହେଉଥିବା ଦେଖିବାକୁ ମିଳିବ। ଚେନ୍ନାଇ ଏପର୍ଯ୍ୟନ୍ତ 3ଟି ଆଇପିଏଲ୍‌ ଟ୍ରଫି ଜିତିଥିବା ବେଳ ବେଙ୍ଗାଲୋର ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଟ୍ରଫି ଜିତିନାହିଁ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ହେବନାହିଁ ଉଦ୍‌ଘାଟନୀ ଉତ୍ସବ
ଆଇପିଏଲର ଗତ ସମସ୍ତ ସଂସ୍କରଣରେ ଧୁମଧାମରେ ପାଳନ କରାଯାଏ ଉଦ୍‌ଘାଟନୀ ଉତ୍ସବ। ଯୋଗ ଦିଅନ୍ତି ଅନେକ ଷ୍ଟାର ଓ ସୁପରଷ୍ଟାର। ତେବେ ଚଳିତ ବର୍ଷ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉଦ୍‌ଘାଟନୀ ଉତ୍ସବ ବାତିଲ କରାଯାଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ଦେଶରେ ପ୍ରଥମ ଥର ଲୋକସଭା ନିର୍ବାଚନ ଓ ଆଇପିଏଲ୍‌ ଏକାସାଙ୍ଗରେ
ଦେଶରେ ପ୍ରଥମ ଥର ଲୋକସଭା ନିର୍ବାଚନ ଓ ଆଇପିଏଲ୍‌ ସମାନ ସମୟରେର ଅନୁଷ୍ଠିତ ହେବ। 2009ରେ ଆଇପିଏଲ ଦକ୍ଷିଣ ଆଫ୍ରିକାରେ ହୋଇଥିଲା ଓ 2014ରେ ଅଧା ମ୍ୟାଚ ବିଦେଶରେ ଖେଳା ଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ପୁଲୱାମା ଶହୀଦଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛି ଚେନ୍ନାଇ ସୁପର କିଙ୍ଗସ। ପ୍ରଥମ ମ୍ୟାଚରେ ହୋଇଥିବା ତାର ସମସ୍ତ ଆୟକୁ ପୁଲୱାମା ଶହୀଦଙ୍କ ପରିବାରକୁ ଦାନ କରିବା ନେଇ ଘୋଷଣା କରିଛି ସିଏସ୍‌କେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ପାକ୍‌ରେ ଆଇପ୍ଏଲ ବ୍ୟାନ
ପ୍ରଥମ ଥର ପାଇଁ ପାକିସ୍ତାନରେ ବ୍ୟାନ ହୋଇଛି ଆଇପିଏଲର ପ୍ରସାରଣ। ପୁଲୱାମା ଆକ୍ରମଣ ପରେ ଭାରତରେ ପାକିସ୍ତାନ ସୁପର ଲିଗକୁ ବ୍ୟାନ କରାଯାଇଥିଲା। ତେଣୁ ଆଇପିଏଲକୁ ବ୍ୟାନ କରିଛି ପାକ୍‌।

ABOUT THE AUTHOR

...view details