ବିଶାଖାପାଟଣା: ଆଇପିଏଲର ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ବିଶାଖାପଟନମର ଏସିଏ-ଭିଡିସିଏ ଷ୍ଟାଡିୟମରେ ଖେଳାଯିବ । 2018 ଆଇପିଏଲ ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ। ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ କ୍ବାଲିଫାୟାରରେ ପହଞ୍ଚିଛି ଦିଲ୍ଲୀ । ସେପଟେ ପ୍ରଥମ କ୍ବାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସଠୁ ହାରିଛି ଚେନ୍ନାଇ ସୁପରକିଙ୍ଗ୍ସ ।
ଆଇପିଏଲ କ୍ବାଲିଫାୟାର-2: ଚେନ୍ନାଇକୁ ମାତ ଦେବାକୁ ଦିଲ୍ଲୀ ତୟାର - IPL
ଆଇପିଏଲର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ଖେଳାଯିବ । ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ ।
ବିଜୟୀ ଦଳ 2019 ଆଇପିଏଲର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବ। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ପାଇନାଲରେ ପହଞ୍ଚି ସାରିଛି । ଆଜିର ମ୍ୟାଚରେ ଦିଲ୍ଲୀ ବିଜୟୀ ହେଲେ,ଏହା ହେବ ଆଇପିଏଲରେ ପ୍ରଥମ ଫାଇନାଲ ପ୍ରବେଶ । ପୂର୍ବରୁ ଦିଲ୍ଲୀ ପ୍ଲେ-ଅଫ ପର୍ଯାୟକୁ 4ଥର ଆସିଥିଲେ ମଧ୍ୟ ଫାଇନାଲକୁ ଯାଇପାରିନାହିଁ।
ଚଳିତ ଆଇପିଏଲରେ କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ ରହିଛି । ଚେନ୍ନାଇ ସୁପରକିଙ୍ଗ୍ସରେ ଧୋନୀ, ଡୁପ୍ଲେସିସ,ୱାଟସନ ରାୟୁଡୁଙ୍କ ଭଳି ଖେଲାଳି ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସରେ ଶ୍ରେୟସ ଆୟର, ରିଷଭ ପନ୍ତ, ପୃଥ୍ବୀ ଶ’ଙ୍କ ଭଳି ଖେଳାଳି ରହିଛନ୍ତି । ଦୁଇ ଦଳରେ ବହୁ ଭେଟେରାନ ଖେଳାଳି ଥିବାରୁ ମ୍ୟାଚ ଅତି ପ୍ରତିଦ୍ୱନ୍ଦ୍ବୀତା ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।