ବିଶାଖାପଟନମ: ଦ୍ବିତୀୟ କ୍ବାଲିଫାୟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଫାଇନାଲ ଖେଳିବାକୁ ଆଶା ରଖିଥିଲା ଦିଲ୍ଲୀ । କିନ୍ତୁ ସେଥିପାଇଁ 147 ରନ ଯଥେଷ୍ଟ ନ ଥିଲା । ଚେନ୍ନାଇର ଶକ୍ତିଶାଳୀ ବ୍ୟାଟିଂ ଆଗରେ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହାର ମାନିବାକୁ ପଡିଲା । 6 ୱିକେଟରେ ଦିଲ୍ଲୀ ପରାଜିତ ହେଲା । ଚେନ୍ନାଇ ସୁପରକିଙ୍ଗ୍ସ ଫାଇନାଲରେ ପହଞ୍ଚିଲା । ଫଳରେ ଦିଲ୍ଲୀର ଫାଇନାଲରେ ଖେଳିବା ଆଶା ଚୁରମାର ହୋଇଗଲା ।
ଫାଇନାଲକୁ ଯିବା ଆଶା, ଆଶାରେ ରହିଗଲା - ଅଧୁରା
ଚେନ୍ନାଇର ଶକ୍ତିଶାଳୀ ବ୍ୟାଟିଂ ଆଗରେ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହାର ମାନିବାକୁ ପଡିଲା । ଦିଲ୍ଲୀର ଫାଇନାଲରେ ଖେଳିବା ଆଶା ଚୁରମାର ହୋଇଗଲା ।
ପ୍ରଦର୍ଶନ ଦୃଷ୍ଟିରୁ ଚଳିତ ଆଇପିଏଲ ସିଜନରେ ଦିଲ୍ଲୀର ଦମଦାର ପ୍ରଦର୍ଶନ ରହିଥିଲା । କିନ୍ତୁ ସବୁ ଆଶା ଆଶାରେ ରହିଯାଇଛି । ଆଇପିଏଲର 12ଟି ସିଜିନରୁ ଦିଲ୍ଲୀ 4ଥର ପ୍ଲେ-ଅଫ ପର୍ଯ୍ୟାୟକୁ ଯାଇଛି । ହେଲେ ଥରେ ବି ଫାଇନାଲ ଖେଳିବାକୁ ସମର୍ଥ ହୋଇନି । ଆଇପିଏଲର ଏକମାତ୍ର ଦଳଭାବେ ଫାଇନାଲ ନଖେଳିବାର ଅଲୋଡା ରେକର୍ଡ ମଧ୍ୟ ନିଜ ନାଁ ରେ କରିଛି ।
ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ନାଁରେ ଆରମ୍ଭ ହୋଇଥିଲା । 2008ରେ ସେମିଫାଇନାଲ ପର୍ଯ୍ୟାୟକୁ ଦଳ ଉନ୍ନୀତ ହୋଇଥିଲା । 2009ରେ ମଧ୍ୟ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଦିଲ୍ଲୀ ସେମିଫାଇନାଲରେ ପହଞ୍ଚିଥିଲା । ପରେ 2012ରେ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିଥିଲା । 2019ରେ ମଧ୍ୟ ତୃତୀୟ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ-ଅଫ ପର୍ଯ୍ୟାୟକୁ ଯାଇଥିଲା ।