ଚେନ୍ନାଇ: ଆଜିଠୁ(ମଙ୍ଗଳବାର) ଆରମ୍ଭ ହେଉଛି ଆଇପିଏଲର ପ୍ଲେ-ଅଫ ପର୍ଯ୍ୟାୟ । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଦଳଙ୍କ ଭିତରେ ହେବ ମୁକାବଲା । ଚେନ୍ନାଇର ଏମ.ଚିଦାମ୍ବରମ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ।
ପ୍ରଥମ ପ୍ଲେ-ଅଫ ଫାଇଟ, ଜିତିଲେ ଫାଇନାଲ ଟିକଟ - ଫାଇନାଲ
ଚେନ୍ନାଇର ଏମ.ଚିଦାମ୍ବରମ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ । ଏହି ମ୍ୟାଚର ବିଜେତା ପ୍ରଥମ ଦଳ ଭାବେ ସିଧା ଫାଇନାଲକୁ ଉନ୍ନିତ ହେବ ।
ଏହି ମ୍ୟାଚର ବିଜେତା ପ୍ରଥମ ଦଳ ଭାବେ ସିଧା ଫାଇନାଲକୁ ଉନ୍ନିତ ହେବ । ମେ 12ରେ ହାଇଦ୍ରାବାଦରେ ଫାଇନାଲ ଖେଳାଯିବ । ତେଣୁ ଦୁଇ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଆଇପିଏଲରେ ଚେନ୍ନାଇ ମୁମ୍ବାଇ ମ୍ୟାଚ ସବୁବେଳେ କାଣ୍ଟେ କି ଟକ୍କର ହୋଇଥାଏ । ଚେନ୍ନାଇ ବିପକ୍ଷରେ ଖେଳିବାକୁ ମୁମ୍ବାଇ ଦଳ ଅଧିକ ପ୍ରସ୍ତୁତି କରିଥାଏ । କିନ୍ତୁ ଚେନ୍ନାଇ ଫାଇନାଲକୁ ନିଶ୍ଚିନ୍ତ ଯିବ ବୋଲି କହିଛନ୍ତି ସିନିୟର ଖେଳାଳି ହରଭଜନ ସିଂ ।
ପୂର୍ବରୁ ଚେନ୍ନାଇ ସୁପରକିଙ୍କ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ 3ଥର ଲେଖାଏଁ ଆଇପିଏଲ ଚମ୍ପିୟାନ ରହିଛନ୍ତି । ଚତୁର୍ଥ ଥର ପାଇଁ ଆଇପିଏଲ ଟାଇଟଲ ଜିତିବା ଲକ୍ଷ୍ୟରେ ଦୁଇ ଦଳ ଅଛନ୍ତି । ମୁମ୍ବାଇ ବିପକ୍ଷରେ ଚେନ୍ନାଇର ରେକର୍ଡ ଏତେଟା ଭଲ ନାହିଁ । ଉଭୟ ଖେଳିଥିବା 26ଟି ମ୍ୟାଚରୁ 15ଟିରେ ମୁମ୍ବାଇ ଓ 11ଟିରେ ଚେନ୍ନାଇକୁ ବିଜୟ ମିଳିଛି । ଶେଷ 7ଟି ମ୍ୟାଚରେ ଚେନ୍ନାଇକୁ 6ଥର ପରାଜୟ ମିଳିଛି । କିନ୍ତୁ ମ୍ୟାଚ ଚେନ୍ନାଇରେ ହେଉଥିବାରୁ ଧୋନି ଧୁରନ୍ଦରଙ୍କ ପଲ୍ଲା ଭାରି ରହିଛି ।