ଓଡିଶା

odisha

ETV Bharat / sports

ସ୍ପିନ ଜାଲରେ ଛନ୍ଦି ହେଲା ବେଙ୍ଗାଲୁରୁ, 70ରେ ଅଲଆଉଟ - କ୍ରିକେଟ

ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଛି ବୋଲରଙ୍କ ଯାଦୁ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଆଉ ଏହାର 3 ସ୍ପିନରଙ୍କ ଯାଦୁକାରୀ ବୋଲିଂ ଆଗରେ ହାର ମାନିଛନ୍ତି ଆରସିବି ବ୍ୟାଟ୍ସମ୍ୟାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

By

Published : Mar 23, 2019, 10:11 PM IST

ଚେନ୍ନାଇ: ମୂଳରୁ ଝୁଣ୍ଟିଲା ବେଙ୍ଗାଲୁରୁ । କ୍ୟାପ୍ଟେନ କୁଲଙ୍କ ଋଣନୀତି ଆଗରେ ଫେଲ ମାରିଲା କ୍ୟାପ୍ଟେନ ଆଗ୍ରେସିଭଙ୍କ ବ୍ୟାଟିଂ । ସ୍ପିନ ଜାଲରେ ଛନ୍ଦିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) । ନିଜ ଆଇପିଏଲ ଇତିହାସରେ 3ୟ ସର୍ବନିମ୍ନ ସ୍କୋରରେ ଅଲଆଉଟ ହୋଇଛି ଆରସିବି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ଆଜି ଏଠାରେ ଆଇପିଏଲ 12ର ଉଦଘାଟନୀ ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚରେ ସିଏସକେର ମୁକାବିଲା କରୁଛି ଆରସିବି । ତେବେ ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଛି ବୋଲରଙ୍କ ଯାଦୁ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଆଉ ଏହାର 3 ସ୍ପିନରଙ୍କ ଯାଦୁକାରୀ ବୋଲିଂ ଆଗରେ ହାର ମାନିଛନ୍ତି ଆରସିବି ବ୍ୟାଟ୍ସମ୍ୟାନ । ମାତ୍ର 70 ରନରେ ଅଲଆଉଟ ହୋଇ ଚେନ୍ନାଇ ହାତକୁ ମ୍ୟାଚ ଟେକି ଦେଇଛି ଆରସିବି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ଦଳ ପକ୍ଷରୁ ଓପନର ପାର୍ଥିବ ପଟେଲ ଶେଷ ଯାଏଁ ଲଢେଇ କରି ସର୍ବାଧିକ 29(35 ବଲ, 2 ଚୌକା) ରନ କରିଥିଲେ । ତାଙ୍କ ଛଡା ଆଉ କୌଣସି ବ୍ୟାଟ୍ସମ୍ୟାନ 2 ଅଙ୍କ ବିଶିଷ୍ଟ ସ୍କୋର ମଧ୍ୟ ଛୁଇଁପାରିନଥିଲେ । ଅଧିନାୟକ କୋହଲି 6 ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ 9 ରନ କରି ଆଉଟ ହୋଇଥିଲେ ।

ଚେନ୍ନାଇ ପକ୍ଷରୁ ହରଭଜନ ଓ ତାହିର 3ଟି ଲେଖାଏଁ ୱିକେଟ୍‌ ପାଇଥିଲେ । ଭଜିଙ୍କ ମ୍ୟାଚ ଫିଗର ଥିଲା 4-20-3 । ତେବେ ତାହିର ନିଜ 4 ଓଭର କୋଟାରେ ମାତ୍ର 9 ରନ ଦେଇଥିଲେ । ଏମାନଙ୍କ ଛଡା ରବୀନ୍ଦ୍ର ଜାଡେଜା ମଧ୍ୟ 15 ରନ ଦେଇ 2ଟି ୱିକେଟ୍‌ ପାଇଥିଲେ ।

For All Latest Updates

ABOUT THE AUTHOR

...view details