ଓଡିଶା

odisha

ETV Bharat / sports

ଷ୍ଟାଡିୟମରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଦେଖିପାରିବେ ଦର୍ଶକ - ଷ୍ଟାଡିୟମରେ ମ୍ୟାଚ ଦେଖିବେ ଦର୍ଶକ

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଷ୍ଟାଡିୟମରେ ଦେଖିପାରିବେ ଦର୍ଶକ। ଏହାକୁ ନେଇ ବିସିସିଆଇ ଓ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ ମଧ୍ୟରେ ବୁଝମଣା ହୋଇଛି। ଅଧିକ ପଢ଼ନ୍ତୁ...

spectators can watch england vs india second test match in stadium
ଷ୍ଟାଡିୟମରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଦେଖିପାରିବେ ଦର୍ଶକ

By

Published : Feb 1, 2021, 5:25 PM IST

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଷ୍ଟାଡିୟମରେ ଦେଖିପାରିବେ ଦର୍ଶକ। ଏହାକୁ ନେଇ ବିସିସିଆଇ ଓ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ ମଧ୍ୟରେ ବୁଝମଣା ହୋଇଛି। ଫଳରେ ଷ୍ଟାଡିୟମରେ ପ୍ରାୟ 25 ଦର୍ଶକ ମ୍ୟାଚ ଦେଖିବାକୁ ପାଇବେ। ଏହାକୁ ନେଇ ତାମିଲନାଡ଼ୁ କ୍ରିକେଟ ଆସୋସିଏସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଭାରତ ଓ ଇଲଂଣ୍ଡ ମଧ୍ୟରେ 4 ଟେଷ୍ଟ ମ୍ୟାଚ ଖେଳାଯିବ। ଦ୍ବିତୀୟ ଟେଷ୍ଟ ମ୍ୟାଚ ଚେନ୍ନାଇର ଏମ ଏ ଚିଦମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହାକୁ ନେଇ ତାମିଲନାଡୁ଼ କ୍ରିକେଟ ଆସୋସିଏସନର ଅଧିକାରୀ କହିଛନ୍ତି ଯେ, ଏମ ଏ ଚିଦମ୍ବରମ ଷ୍ଟାଡିୟମରେ ହେବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚରେ ଷ୍ଟାଡିୟମ ଭିତରକୁ ଯିବାକୁ ସାମ୍ବାଦିକଙ୍କୁ ଅନୁମତି ମିଳିବ। ଷ୍ଟାଡିୟମରେ ଥିବା ପ୍ରେସ ବକ୍ସରେ ସମସ୍ତ ସାମ୍ବାଦିକଙ୍କୁ କୋଭିଡ ଗାଇଡଲାଇନ ଅନୁଯାୟୀ ଛଡ଼ାଯିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ କୋଭିଡ ଗାଇଡଲାଇନ ଅନୁଯାୟୀ ଦର୍ଶକମାନଙ୍କୁ ମଧ୍ୟ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଅନୁମତି ମିଳିବ। ଏହାକୁ ନେଇ ବିସିସିଆଇ ଓ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ପାଇଁ ଷ୍ଟାଡିୟମ ଭିତରକୁ 50 ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦେବାକୁ ନିଷ୍ପତି ହୋଇଛି। ଏମ ଏ ଚିଦମ୍ବରମ ଷ୍ଟାଡିୟମରେ 50 ହଜାର ଦର୍ଶକ ବସି ପାରିବା କ୍ଷମତା ରହିଛି। ଫଳରେ 25 ହଜାର ଦର୍ଶକ ମ୍ୟାଚ ଦେଖିବାର ସୁଯୋଗ ପାଇବେ।

କେବଳ ଦ୍ବିତୀୟ ଟେଷ୍ଟ ମ୍ୟାଚ ନୁହେଁ, ନୂଆ କୋଭିଡ ଗାଇଡଲାଇନ ଆସିବା ପରେ ବର୍ତ୍ତମାନ ତୃତୀୟ ଓ ଚତୁର୍ଥ ଟେଷ୍ଟ ମ୍ୟାଚରେ ମଧ୍ୟ ଗ୍ୟାଲେରୀରେ ଦର୍ଶକଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଆସିବା ପରେ ଷ୍ଟାଡିୟମରେ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details