ଓଡିଶା

odisha

ETV Bharat / sports

ଟେଷ୍ଟ ରାଙ୍କିରେ ଉପରକୁ ଉଠିବାକୁ ଆଶାରେ ପାକିସ୍ତାନ - pak vs sa test series

17 ବର୍ଷର ଅପେକ୍ଷା ପରେ ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଜିତିବା ଲକ୍ଷ୍ୟରେ ରହିଛି ପାକିସ୍ତାନ। ପ୍ରୋଟିଆଜ ବିରୋଧରେ ସିରିଜ ସିଲ କରି ଟେଷ୍ଟ ରାଙ୍କିରେ ଉପରକୁ ଉଠିବାକୁ ଆଶାରେ ରହିଛି ପାକିସ୍ତାନ। ଅଧିକ ପଢ଼ନ୍ତୁ...

pakistan looking to win the test series against south africa
ଟେଷ୍ଟ ରାଙ୍କିଂରେ ଉପରକୁ ଉଠିବାକୁ ଆଶାରେ ପାକିସ୍ତାନ

By

Published : Feb 2, 2021, 8:52 PM IST

ଇସଲାମାବାଦ: 17 ବର୍ଷର ଅପେକ୍ଷା ପରେ ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଜିତିବା ଲକ୍ଷ୍ୟରେ ରହିଛି ପାକିସ୍ତାନ। ପ୍ରୋଟିଆଜ ବିରୋଧରେ ସିରିଜ ସିଲ କରି ଟେଷ୍ଟ ରାଙ୍କିରେ ଉପରକୁ ଉଠିବାକୁ ଆଶାରେ ରହିଛି ପାକିସ୍ତାନ। ଗୁରୁବାର (ଫେବ୍ରୁଆରୀ -4)ରେ ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ। ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 7 ୱିକେଟରେ ହରାଇଛି ପାକିସ୍ତାନ ।

ଏହି ସିରିଜରେ ବିଜୟ ହାସଲ କଲେ ପାକିସ୍ତାନ ଟେଷ୍ଟ ରାଙ୍କିରେ ପଞ୍ଚମ ସ୍ଥାନକୁ ଉନ୍ନିତ ହେବ। ସେପଟେ ଏହି ସିରିଜ ହାରିଲେ ଦକ୍ଷିଣ ଆଫ୍ରିକା ଷଷ୍ଠ ସ୍ଥାନକୁ ଖସି ଆସିବ। ବର୍ତ୍ତମାନ ପାକିସ୍ତାନ ସପ୍ତମ ସ୍ଥାନରେ ରହିଥିବାବେଳେ ପଞ୍ଚମ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା।

2009 ମସିହାରେ ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତ କରିଥିବା ବେଳେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା। ଏହା ପରେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନରେ କୌଣସି ସିରିଜ ଆୟୋଜନ ହୋଇ ପାରିନଥିଲା। 17 ବର୍ଷ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଦଳ ପାକିସ୍ତାନ ଗସ୍ତ କରିଛି । 2003 ମସିହା ରାୱଲପିଣ୍ଡିରେ ଶେଷ ଥର ପାଇଁ ପାକିସ୍ତାନ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହି ସିରିଜ ପାକିସ୍ତାନ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ରହିଛି ।

ଏହାକୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମ କହିଛନ୍ତି ଯେ, "ଏହି ସିରିଜ ପାକିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ। ଡିସେମ୍ବର ଓ ଜାନୁଆରୀ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଦୁଇଟି ଟେଷ୍ଟ ମ୍ୟାଚରେ ଶୋଚନୀୟ ଭାବରେ ପରାଜିତ ହୋଇଥିଲା। ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳ ବିରୋଧରେ ବିଜୟୀ ହେଲେ ଦଳର ମନୋବଳ ବୃଦ୍ଧି ପାଇବ।"

ପାକିସ୍ତାନ ଉଭୟ ବ୍ୟାଟିଂ ବୋଲିଂରେ ଭଲ ପ୍ରଦର୍ଶନ କରିଛି। ସେପଟେ ଦକ୍ଷିଣ ଆଫ୍ରିକା ଦଳ ସେତେଟା ଭଲ ପ୍ରଦର୍ଶନ କରି ପାରିନାହିଁ। ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନର ପୱାଦ ଆଲମଙ୍କ ଶତକ, ନୌମାନ ଅଲି ଓ ୟାସିର ଶାହଙ୍କ ଦମଦାର ବୋଲିଂ ଯୋଗୁଁ ଦଳ ବିଜୟୀ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ଓ କେଶବ ମହାରାଜ ଭଲ ବୋଲିଂ କରିଛନ୍ତି। ତେବେ ଏହା ଦଳକୁ ବିଜୟୀ କରିବାରେ ସହାୟକ ହୋଇନାହିଁ। ବ୍ୟାଟିଂରେ କୌଣସି ଖେଳାଳି ଭଲ ପ୍ରଦର୍ଶନ କରି ପାରିନାହାଁନ୍ତି । ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା ମଧ୍ୟ ଶେଷ ଟେଷ୍ଟ ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚାହିଁବ। ଟେଷ୍ଟ ସିରିଜ ପରେ ଦୁଇ ଦଳ ମଧ୍ୟରେ ଟି-20 ସିରିଜ ଆରମ୍ଭ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details