ହାଇଦ୍ରାବାଦ:ଭାରତୀୟ ମହିଳା କ୍ରିକେଟ ଟିମ ଓପନର ସ୍ମୃତି ମାନ୍ଧାନା ରବିବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ଫଳରେ କ୍ରିକେଟ ଜଗତରୁ ମାନ୍ଧାନାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ବର୍ଷ ୨୦୧୩ରେ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ଡେବ୍ୟୁ କରିଥିଲେ ମାନ୍ଧାନା । ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ ।
ଜନ୍ମଦିନରେ ମାନ୍ଧାନାଙ୍କୁ ଭେଟେରାନ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ସମେତ ଦିନେଶ କାର୍ତ୍ତିକ ଓ ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ କୋଚ୍ ଡବଲ୍ୟୁଭି ରମଣ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।