ଓଡିଶା

odisha

Deepak Chahar ties knot with Jaya: ସାତ ଜନ୍ମର ସାଥି ହେଲେ ଦୀପକ-ଜୟା

By

Published : Jun 2, 2022, 9:52 AM IST

ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ତଥା ଚେନ୍ନାଇ ସୁପରକିଙ୍ଗ୍ସର (CSK) ଅଲରାଉଣ୍ଡର ଦୀପକ ଚହର (Deepak Chahar) । ବୁଧବାର ବାନ୍ଧବୀ ଜୟା ଭରଦ୍ବାଜଙ୍କୁ (Jaya bharadwaj) ସାତଜନ୍ମର ସାଥୀ କରିଛନ୍ତି ଦୀପକ । ଅଧିକ ପଢନ୍ତୁ

ସାତ ଜନ୍ମର ସାଥି ହେଲେ ଦୀପକ-ଜୟା
ସାତ ଜନ୍ମର ସାଥି ହେଲେ ଦୀପକ-ଜୟା

ମୁମ୍ବାଇ:ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ତଥା ଚେନ୍ନାଇ ସୁପରକିଙ୍ଗ୍ସର (CSK) ଅଲରାଉଣ୍ଡର ଦୀପକ ଚହର (Deepak Chahar) । ବୁଧବାର ବାନ୍ଧବୀ ଜୟା ଭରଦ୍ବାଜଙ୍କୁ (Jaya bharadwaj) ସାତଜନ୍ମର ସାଥୀ କରିଛନ୍ତି ଦୀପକ । ଆଗ୍ରାର ମୋରିଜ ଗାର୍ଡେନରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ବ୍ୟାଣ୍ଡବାଜା ସହ ବର ବେଶରେ ଆସିଥିବା ଦୀପକଙ୍କୁ ଜୟାଙ୍କ ପରିବାର ଜୋରଦାର ସ୍ବାଗତ କରିଥିଲେ । 29 ବର୍ଷୀୟ ଦୀପକ ବର ବେଶରେ ରଥରେ ବସି ଜୟାଙ୍କୁ ନେବା ପାଇଁ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସାତ ଜନ୍ମର ସାଥି ହେଲେ ଦୀପକ-ଜୟା
ସାତ ଜନ୍ମର ସାଥି ହେଲେ ଦୀପକ-ଜୟା

ପ୍ରଥମେ ବରମାଳା ଅଦଳବଦଳ ପରେ ବିବାହର ବାକି ରୀତି ଶେଷ ହୋଇଥିଲା । ବିବାହରେ ପରିବାର ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ । 200ରୁ 250 ଅତିଥି ସାମିଲ ହୋଇଥିଲେ । ଜୟା ଦିଲ୍ଲୀ ବାସିନ୍ଦା । ସେ ଏକ କର୍ପୋରେଟ ଫାର୍ମରେ କାର୍ଯ୍ୟରତ ଅଛନ୍ତି । ଖବର ଅନୁସାରେ ଦୁହିଁଙ୍କ ବିବାହ ପାଇଁ ୩୧ ମଇରୁ ଉତ୍ସବ ଆରମ୍ଭ ହୋଇଯାଇଥିଲା । ଉଭୟଙ୍କ ବିବାହକୁ ନେଇ ଫ୍ୟାନ୍ସ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ବି ପଢନ୍ତୁ...ବର ସାଜିବେ ଫାଷ୍ଟ ବୋଲର ଦୀପକ ଚହର, ଆରମ୍ଭ ହେଲା ବିଭିନ୍ନ ସମାରୋହ

'ବିଗ ବସ୍‌' ଫେମ ସିଦ୍ଧାର୍ଥ ଭରଦ୍ବାଜଙ୍କ ଭଉଣୀ ହେଉଛନ୍ତି ଜୟା ଭରଦ୍ବାଜ । ଦୀପକ ତାଙ୍କ ଉଭଣୀ ମାଲତୀଙ୍କ ଜରିଆରେ ଜୟାଙ୍କୁ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଇପିଏଲ ୨୦୨୧ ସିଜନରେ ୭ ଅକ୍ଟୋବରରେ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ପରେ ଭରା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନିଜର ବାନ୍ଧବୀ ଜୟାଙ୍କୁ ଫିଲ୍ମ ଷ୍ଟାଇଲରେ ବିବାହ ପ୍ରସ୍ତାବ ଦେଇଥିଲେ ଚହର ।

ABOUT THE AUTHOR

...view details