ଥିରୁଅନନ୍ତପୁରମ:ପଦ୍ମନାଭ ମନ୍ଦିରରେ ଭାରତୀୟ ଦଳ ।ଆଜି ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ମଧ୍ୟରେ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । କେରଳ ଗସ୍ତ କରି ସାରିଛି ଭାରତୀୟ ଦଳ । ମ୍ୟାଚ ପୂର୍ବରୁ କେରଳର ଥିରୁଅନନ୍ତପୁରମରେ ଥିବା ଶ୍ରୀ ପଦ୍ମନାଭସ୍ବାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି କିଛି ଭାରତୀୟ କ୍ରିକେଟ ଖେଳାଳି । ପାରମ୍ପରିକ ବସ୍ତ୍ର ପରିଧାନ କରି ଶ୍ରୀ ପଦ୍ମନାଭସ୍ବାମୀଙ୍କୁ ଭାରତୀୟ କ୍ରିକେଟର ଦର୍ଶନ କରିଛନ୍ତି ।
ଦଳର କିଛି ଖେଳାଳି ଓ ବିସିସିଆଇ ଅଧିକାରୀ ପଦ୍ମନାଭସ୍ବାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଭାରତୀୟ ଖେଳାଳି କୁଳଦୀପ ଯାଦବ, ଯୁଝବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶ୍ରେୟାସ ଆୟର, ଥ୍ରୋଡାଉ ସ୍ପେସାଲିଷ୍ଟ ରଘୁ, ବୋଲିଂ କୋଚ ପାରସ ମହାମବ୍ରେ ପଦ୍ମନାଭସ୍ବାମୀ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିଛନ୍ତି । ସମସ୍ତେ ପାରମ୍ପରିକ ବସ୍ତ୍ର ଧୋତି ଓ ଅଙ୍ଗବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଛି । ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଭାରତୀୟ ଦଳ ଏକ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ କେଏଲ ରାହୁଲ 2022 ସେପ୍ଟେମ୍ବରରେ ଏହି ମନ୍ଦିର ଦର୍ଶନରେ ଆସି ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ନେଇଥିଲେ ।