ଓଡିଶା

odisha

By

Published : Jul 14, 2022, 5:32 PM IST

ETV Bharat / sports

Ind vs Eng 2nd ODI: ଚୂଡ଼ାନ୍ତ ଏକାଦଶକୁ ଫେରିଲେ କୋହଲି, ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଅଧିକ ପଢ଼ନ୍ତୁ

Ind vs Eng 2nd ODI: ଚୂଡ଼ାନ୍ତ ଏକାଦଶକୁ ଫେରିଲେ କୋହଲି, ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ
Ind vs Eng 2nd ODI: ଚୂଡ଼ାନ୍ତ ଏକାଦଶକୁ ଫେରିଲେ କୋହଲି, ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରି ୧-୦ରେ ଆଗୁଆ ରହିଛି ଭାରତ ।

ଆଜିର ମ୍ୟାଚ ପାଇଁ ଚୂଡ଼ାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବିରାଟ କୋହଲି । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ବିଶ୍ରାମ ଦିଆଯାଇଛି । ସେପଟେ ଇଂଲଣ୍ଡ ଦଳ ଆଜିର ମ୍ୟାଚ୍‌ ପାଇଁ ଅପରିବର୍ତ୍ତିତ ରହିଛି । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଖରାପ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚ୍‌ରେ ଏହାକୁ ସୁଧାରିବାକୁ ଦଳ ଚେଷ୍ଟା କରିବ ବୋଲି କ୍ୟାପଟେନ ଜସ୍‌ ବଟଲର୍‌ କହିଛନ୍ତି ।

ସେପଟେ ପ୍ରଥମ ମ୍ୟାଚ୍‌ରେ ୧୦ ୱିକେଟରେ ବିଜୟ ହାସଲ କରଥିଲା ଭାରତ । ଆଜିର ମ୍ୟାଚ୍‌ରେ ପ୍ରଥମ ମ୍ୟାଚ୍‌ ଭଳି ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ଭାରତୀୟ ବୋଲର ।

ଚୂଡ଼ାନ୍ତ ଏକାଦଶ

ଭାରତ- ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜସପ୍ରୀତ ବୁମ୍‌ରା, ଯୁଜିବେନ୍ଦ୍ର ଚହଲ, ପ୍ରସିଦ୍ଧ କୀଷ୍ଣା

ଇଂଲଣ୍ଡ-ଜେସନ୍ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲୀ, କ୍ରେଗ୍ ଓଭରଟନ୍, ଡେଭିଡ ୱିଲି, ବ୍ରାଇଡନ୍ କାର୍ସେ, ରିସ୍ ଟୋପ୍‌ଲି

ABOUT THE AUTHOR

...view details