କେପଟେଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରଜର ନିର୍ଣ୍ଣାୟକ ଟେଷ୍ଟ କେପଟାଉନ୍ର ନ୍ୟୁଲାଣ୍ଡ୍ସରେ ଖେଳାଯାଉଛି । ସିରିଜ ୧-୧ରେ ବରାବର ରହିଛି । ଟସ୍ ଜିତି ଭାରତୀୟ କ୍ୟାପଟେନ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ଭାରତୀୟ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ଦ୍ବିତୀୟ ଟେଷ୍ଟରେ ଆହତ ଯୋଗୁଁ ଖେଳିପାରିନଥିବା କ୍ୟାପଟେନ କୋହଲି ଚୂଡାନ୍ତ ଏକାଦଶକୁ ଫେରିଛନ୍ତି । ଫଳରେ ହନୁମା ବିହାରୀଙ୍କୁ ବାହାର ହେବାକୁ ପଡିଛି । ଅନ୍ୟପଟେ ଜୋହାନ୍ସବର୍ଗରେ ଆହତ ହୋଇଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଟିମ ଅପରିବର୍ତ୍ତିତ ରହିଥିବା କ୍ୟାପଟେନ ଡିନ ଏଲଗାର ଟସ୍ ସମୟରେ କହିଛନ୍ତି ।