ଓଡିଶା

odisha

ETV Bharat / sports

INDvsWI 2nd Test: ମୁକେଶଙ୍କ ଡେବ୍ୟୁ ୱିକେଟ, ଇଣ୍ଡିଜ 229/5 - ଭାରତ ବନାମ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ 5 ୱିକେଟ ହରାଇ 229 ରନ କରିଛି । ଅଧିକ ପଢନ୍ତୁ

india vs westindies second test
INDvsWI 2nd Test

By

Published : Jul 23, 2023, 10:18 AM IST

ପୋର୍ଟ ଅଫ ସ୍ପେନ:ଭ୍ରମଣକାରୀ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଘରୋଇ ଦଳ ଲଢୁଆ ପ୍ରଦର୍ଶନ କରିଛି । କ୍ରେଗ ବ୍ରାଥୱେଟଙ୍କ ଉପଯୋଗୀ ଅର୍ଦ୍ଧଶତକ ବଳରେ ଘରୋଇ ଦଳ 106 ଓଭର ଖେଳ ଶେଷ ସୁଦ୍ଧା 5 ୱିକେଟ ହରାଇ 229 ରନ କରିଛି । ଦଳ ପକ୍ଷରୁ ଆଲିକ ଆଥାଞ୍ଜି 35 ଓ ଜାସନ ହୋଲ୍ଡର 11ରନ କରି ଅପରାଜିତ ରହିଛନ୍ତି ।

ତୃତୀୟ ଦିନ ଖେଳରେ ବର୍ଷା ବାଧକ ସାଜିଥିଲା । ୱେଷ୍ଟଇଣ୍ଡିଜ ଅସମାପ୍ତ ପ୍ରଥମ ଇନିଂସ 86/1ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ କ୍ରେଗ ବ୍ରାଥୱେଟ ଓ ମାକେଞ୍ଜି ବ୍ୟାଟିଂ ଜାରି ରଖିଥିଲେ । ପ୍ରଥମ 10 ଓଭରରେ ଉଭୟ 31ରନ ସଂଗ୍ରହ କରିଥିଲେ । 11ତମ ଓଭରରେ ପଦାର୍ପଣ ମ୍ୟାଚ ଖେଳୁଥିବା ମୁକେଶ କୁମାର ଏହି ଯୋଡିକୁ ଭାଙ୍ଗି ଥିଲେ । ଦଳୀୟ ସ୍କୋର 117ରେ କ୍ରିକ ମାକେଞ୍ଜି 32 ରନ କରି ମୁକେଶଙ୍କ ଶିକାର ହୋଇଥିଲେ । କ୍ରେଗ ବ୍ରାଥୱେଟ ଓ ବ୍ଲାକଉଡ ବ୍ୟାଟିଂ ଜାରି ରଖିଥିଲେ । ଦମଦାର ବ୍ୟାଟିଂ କରୁଥିବା କ୍ରେଗ ବ୍ରାଥୱେଟଙ୍କୁ ଅଟକାଇଥିଲେ ସ୍ପିନର ଅଶ୍ବିନୀ । ଦଳୀୟ ସ୍କୋର 157ରେ ଅଶ୍ବିନୀଙ୍କ ବଲକୁ ପରଖି ନପାରି କ୍ରେଗ ବ୍ରାଥୱେଟ 235 ବଲରେ 75 ରନ କରି ପାଭିଲିୟନ ଫେରିଥିଲେ ।

ଏହା ବି ପଢନ୍ତୁ...INDvsWI 2nd Test: କୋହଲିଙ୍କ ବିସ୍ଫୋରକ ଶତକ, 438ରେ ଅଟକିଲାଭାରତ

ଏହା ବି ପଢନ୍ତୁ...INDvsWI 2nd Test: ରୋହିତ-ଯଶସ୍ବୀଙ୍କ ଅର୍ଦ୍ଧଶତକ, ଭାରତ ପ୍ରଥମ ଇନିଂସ 288/4

ଆଲିକ ଆଥାଞ୍ଜି ଓ ବ୍ଲାକଉଡ ବ୍ୟାଟିଂ କରୁଥିଲେ । ଉଭୟ ସତର୍କତାର ସହ 14 ଓଭର ବ୍ୟାଟିଂ କରି ଦଳୀୟ ସ୍କୋରକୁ 178ରେ ପହଞ୍ଚାଇଥିଲେ । ଏହି ସମୟରେ ଜର୍ମେନ ବ୍ଲାକଉଡଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ଜାଡେଜା । ସେ 20 ରନ କରି ଆଉଟ ହୋଇଥିଲେ । ପରେ ପରେ ଜୋଶୁମା ଡି ସିଲଭା 10 ରନ କରି ସିରାଜଙ୍କ ଶିକାର ହୋଇଥିଲେ । ଦଳୀୟ ସ୍କୋର 208 ରନରେ ୱେଷ୍ଟଇଣ୍ଡିଜ 5ମ ୱିକେଟ ହରାଇଥିଲା । ଜାସନ ହୋଲ୍ଟର ଓ ଆଲିକ ଆଥାଞ୍ଜି ବ୍ୟାଟିଂ ଜାରି ରଖିଛନ୍ତି । ଆଲିକ ଆଥାଞ୍ଜି 35 ଓ ଜାସନ ହୋଲ୍ଡର 11ରନ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା 37ରନ ଦେଇ 2 ୱିକେଟ ଓ ପଦାର୍ପଣ ମ୍ୟାଚ ଖେଳୁଥିବା ମୁକେଶ କୁମାର 35 ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି ।

ABOUT THE AUTHOR

...view details