ଓଡିଶା

odisha

ETV Bharat / sports

IND VS WI 1st Test: ବାପା-ପୁଅଙ୍କୁ ଆଉଟ କରିବାରେ ଅଶ୍ବିନୀ ପ୍ରଥମ ଭାରତୀୟ - ଭାରତ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ

ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । 5ଟି ୱିକେଟ ନେବା ସହ ଟେଷ୍ଟ କ୍ୟାରିଅରରେ ବାପା-ପୁଅଙ୍କୁ ଆଉଟ କରିବାରେ ପ୍ରଥମ ଭାରତୀୟ ବୋଲର ଭାବେ ସଫଳତା ହାସଲ କରିଛନ୍ତି । ଅଧିକ ପଢନ୍ତୁ

IND VS WI 1st Test
ବାପା-ପୁଅଙ୍କୁ ଆଉଟ କରିବାରେ ଅଶ୍ବିନୀ ପ୍ରଥମ ଭାରତୀୟ

By

Published : Jul 13, 2023, 9:19 AM IST

ଡୋମିନିକା:ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଦିନ 5ୱିକେଟ ନେଇ ସ୍ପିନ ଜାଲରେ ୱେଷ୍ଟଇଣ୍ଡିଜ ବ୍ୟାଟରଙ୍କୁ ଫସାଇ ଦେଇଥିଲେ । ୱେଷ୍ଟଇଣ୍ଡିଜ ଓ ଭାରତ ପ୍ରଥମ ଟେଷ୍ଟ ପ୍ରଥମ ଇନିଂସରେ ଅଶ୍ବିନୀ ପ୍ରଥମ ଚନ୍ଦରପାଲଙ୍କୁ ଆଉଟ କରିଥିଲେ । ଚନ୍ଦରପାଲଙ୍କୁ ଆଉଟ କରି ଅଶ୍ବିନୀ ବିଶ୍ବର ପଞ୍ଚମ ବୋଲ ଭାବେ ଉଭୟ ବାପପୁଅଙ୍କୁ ଆଉଟ କରିବାର ବିରଳ ରେକର୍ଡ କରିଛନ୍ତି । ଏହା ସହ ପ୍ରଥମ ଭାରତୀୟ ବୋଲର ଭାବେ ସେ ଏହି ସଫଳତା ହାସଲ କରିଛନ୍ତି ।

ଭାରତୀୟ ସ୍ପିନର ଅଶ୍ବିନୀ 2011ରେ ଟେଷ୍ଟ ଡେବ୍ୟୁ କରିଥିଲେ । ଏହି ମ୍ୟାଚରେ 12 ବର୍ଷ ପୂର୍ବେ ସେ ତେଜନାରାୟଣ ଚନ୍ଦ୍ରରପାଲଙ୍କ ବାପା ତଥା ୱେଷ୍ଟଇଣ୍ଡିଜ ପୂର୍ବତନ ଅଧିନାୟକ ଶିବନାରିନ ଚନ୍ଦ୍ରରପାଲଙ୍କୁ ଆଉଟ କରିଥିଲେ । 2023ରେ ତେଜନାରାୟଣ ଚନ୍ଦ୍ରରପାଲଙ୍କୁ ଆଉଟ କରି ବାପା-ପୁଅଙ୍କ ୱିକେଟ ନେବାରେ ବିଶ୍ବରେ ପଞ୍ଚମ ଓ ପ୍ରଥମ ଭାରତୀୟ ବୋଲର ଭାବେ ସଫଳତା ହାସଲ କରିଛନ୍ତି । ଅଶ୍ବିନୀଙ୍କ ପୂର୍ବରୁ ଇଂଲଣ୍ଡର ଇଆନବେଥାମ, ପାକିସ୍ତାନର ୱାସିମ ଆକ୍ରାମ ଉଭୟ ନ୍ୟୁଜିଲାଣ୍ଡର ବାପାପୁଅ ଲାନ୍ସ ଓ କ୍ରିସ କେନ୍ନସଙ୍କୁ ଆଉଟ କରିଥିଲେ । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ଦକ୍ଷିଣ ଆଫ୍ରିକାର ସାଇମନ ହାର୍ମର ଇଣ୍ଡିଜ ଚନ୍ଦ୍ରରପାଲ ବାପାପୁଅଙ୍କୁ ଆଉଟ କରିଥିଲେ ।

ଅଶ୍ବିନୀ ୱେଷ୍ଟଇଣ୍ଡିଜକୁ ପ୍ରଥମ ପାଳିରେ 60 ରନ ଦେଇ 5ଟି ୱିକେଟ ନେଇଛନ୍ତି । ଏହା ତାଙ୍କର ଟେଷ୍ଟ କ୍ୟାରିଅରର 33ତମ 5ଟି ୱିକେଟ । ଏହା ସହ ଅଶ୍ବିନୀ ତୃତୀୟ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ 700 ୱିକେଟ ହାସଲ କରିବାର ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟର ଅନିଲ କୁମ୍ବଲେ 953 ଓ ହରଭଜନ ସିଂହ 707 ୱିକେଟ ନେଇଛନ୍ତି । ଅଶ୍ବିନୀଙ୍କର ଏହି ସଫଳତା ଏକ ମାଇଲଷ୍ଟୋନ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ...IND VS WI 1st Test : 150ରେ ଅଟକିଲା ଇଣ୍ଡିଜ, ଅଶ୍ବିନୀଙ୍କୁ 5 ୱିକେଟ

ପ୍ରକାଶଥାଉ କି, ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ପ୍ରଥମ ଇନିଂସରେ ଘରୋଇ ଦଳ 150ରେ ଅଟକିଛି । ସ୍ପିନର ଅଶ୍ବିନୀଙ୍କ ଜାଲରେ ଛନ୍ଦି ହୋଇଯାଇଥିଲେ ଇଣ୍ଡିଜ ବ୍ୟାଟର । ମାତ୍ର 150ରନରେ ୱେଷ୍ଟଇଣ୍ଡିଜ ଦଳ ଅଟକି ଯାଇଥିଲା । ଭାରତ ତାର ପ୍ରଥମ ପାଳି ଆରମ୍ଭ କରିଛି । ରୋହିତ ଶର୍ମା ଓ ଯଶସ୍ବୀ ଜୈସ୍ବାଲ ଓପନିଂ କରିଛନ୍ତି । ରୋହତି ଓ 30 ଓ ଜୈସ୍ବାଲ 40 ରନ କରିଛନ୍ତି । ଭାରତର ସ୍କୋର 80/0 ରହିଛି ।

ABOUT THE AUTHOR

...view details