ହାଇଦ୍ରାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟି-ଟ୍ବେଣ୍ଟି ସିରିଜ ଆସନ୍ତା 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳର ନେତୃତ୍ବ ନେବେ ଲୋକେଶ ରାହୁଲ । ମ୍ୟାଚ ନେଇ ଅଭ୍ୟାସ ଆରମ୍ଭ କରିଛି ଭାରତୀୟ ଟିମ । ଘରୋଇ ପରିବେଶରେ ସିରିଜ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଟିମ । ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ ବୁମରାଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଫଳରେ ସ୍କ୍ବାଡ୍ରେ ଏକାଧିକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ତେବେ ଆସନ୍ତୁ ନଜର ପକାଇବା ପୂର୍ବ ରେକର୍ଡ ରିପୋର୍ଟ ଉପରେ ।
ଭାରତୀୟ ଦଳ ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରେକର୍ଡ ଭଲ ରହିଛି । ଟି-ଟ୍ବେଣ୍ଟି ଫର୍ମାଟରେ ଭାରତ ଲଗାତାର 12ଟି ମୁକାବିଲା ଜିତିଛି । କେଏଲ ରାହୁଲଙ୍କ ନେତୃତ୍ବାଧୀନ ଟିମ ଏଠାରେ 13ତମ ବିଜୟ ହାସଲ କରି ରେକର୍ଡ ବାଜୟ ରଖିବାକୁ ମଇଦାନକୁ ଓହ୍ଲାଇବ । ଏବେ ସୁଦ୍ଧା ଦୁଇଦଳ ମଧ୍ୟରେ 15ଟି ଆନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମୁକାବିଲା ହୋଇଛି । ଭାରତ 9ଟି ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା 6ଟି ଜିତିବାରେ ସଫଳ ହୋଇଛି । ରେକର୍ଡକୁ ଦେଖିଲେ ଭାରତର ପଲ୍ଲା ଭାରି ରହୁଛି । ଦଳର ଯୁବ ଖେଳାଳିଙ୍କୁ ନିଜକୁ ପ୍ରମାଣିତ କରିବାର ସୁଯୋଗ ମିଳିଛି । ବିଶେଷ କରି ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା ଜମ୍ମୁ କାଶ୍ମୀର ଖେଳାଳି ଉମ୍ରାନ ମଲ୍ଲିକଙ୍କ ଉପରେ ନଜର ରହିବ ।
ଏପରି ରହିଛି ରେକର୍ଡ-