ଓଡିଶା

odisha

By ETV Bharat Odisha Team

Published : Sep 2, 2023, 3:18 PM IST

ETV Bharat / sports

Asia Cup 2023 Ind vs Pak: ଟସ ଜିତି ଭାରତର ପ୍ରଥମେ ବ୍ୟାଟିଂ, ପ୍ଲେଇଂ 11ରୁ ବାଦ ପଡିଲେ ସାମି

ଭାରତ ଓ ପାକିସ୍ତାନ ମ୍ୟାଚରେ ବାଧକ ସାଜିବନି ବର୍ଷା । କାଣ୍ଡିରେ ପାଗରେ ପରିବର୍ତ୍ତନ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି ଭାରତ । ଅଧିକ ପଢନ୍ତୁ

India vs Pakistan Skies clear in Pallekele
India vs Pakistan Skies clear in Pallekele

ହାଇଦ୍ରାବାଦ: ଆଜି ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ କଡା ମୁକାବିଲା ଆରମ୍ଭ ହୋଇଛି । ଅପରାହ୍ନ 3ଟା ସମୟରେ ଶ୍ରୀଲଙ୍କାର କାଣ୍ଡି ସହର ପାଲ୍ଲେକେଲ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହୋଇଛି । ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଛି । ଦୁଇ ଓପନର ମାପି ଚୁପି ପାଳି ଆରମ୍ଭ କରିଛନ୍ତି । ତେବେ ଭାରତର ପ୍ଲେଇ 11ରୁ ଦୃତ ବୋଲର ମହମ୍ମଦ ସାମି ବାଦ ପଡିଛନ୍ତି । ପୂର୍ବରୁ ବର୍ଷା ବାଧକ ସାଜିପାରେ ବୋଲି ଶୁକ୍ରବାର ସ୍ଥାନୀୟ ପାଣିପାଗ ବିଶେଷଜ୍ଞ କହିଥିଲେ । ଯାହା ଫ୍ୟାନ୍ସଙ୍କର ଚିନ୍ତା ବଢ଼ାଇ ଦେଇଥିଲା। ଏବେ କିନ୍ତୁ ପାଣିପାଗକୁ ନେଇ ଫ୍ୟାନ୍ସଙ୍କ ପାଇଁ ଖୁସୀ ଖବର ଆସିଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ସକାଳ 9ଟା 9 ମିନିଟ ସମୟରେ ପାଗରେ ପରିବର୍ତ୍ତନ ହୋଇଛି। ଆଜି କାଣ୍ଡିରେ ବର୍ଷା ହେବାର ସମ୍ଭାବନା ବହୁତ କମ ଥିଲେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବ । ଶୁକ୍ରବାର କାଣ୍ଡିରେ 68 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିଲା। ଆଜି 15ରୁ 19 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଲ୍ଲେକେଲରେ ଜଣେ କ୍ରିକେଟ ପ୍ରେମୀ କହିଛନ୍ତି ଯେ, ଆଜି ପାଗ ଭଲ ରହିଛି। ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବାକୁ ଆମେ ଉତ୍ସାହିତ ଅଛୁ। ଭାରତ ଏହି ମ୍ୟାଚରେ ବିଜୟୀ ହେବ ବୋଲି ଆମର ଆଶା।

ଏହା ମଧ୍ୟ ପଢନ୍ତୁ-Asia Cup 2023 Ind vs Pak: ମ୍ୟାଚ ପୂର୍ବରୁ କୋହଲିଙ୍କୁ ନେଇ ଏମିତି କହିଲେ ପାକିସ୍ତାନ ଅଧିନାୟକ

ଅପରାହ୍ନ 3ଟା ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହେବ। ବିଜୟରୁ ଏସିଆ କପ ଆଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ। ପାକିସ୍ତାନକୁ ମାତ ଦେବାକୁ ପ୍ରସ୍ତୁତ ରୋହିତ ବାହିନୀ। ଭାରତୀୟ ଦଳର ବ୍ୟାଟର ବନାମ ପାକିସ୍ତାନ ପେସ ବୋଲକଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ। ମ୍ୟାଚ ଦେଖିବାକୁ ଶ୍ରୀଲଙ୍କାର କାଣ୍ଡି ସହର ପାଲ୍ଲେକେଲ ଷ୍ଟାଡିୟମରେ ଖେଳ ପ୍ରେମୀଙ୍କ ଭିଡ ଜମିଲାଣି। ଆଉ କିଛି ସମୟ ପରେ କମ୍ପିବ ପାଲ୍ଲେକେଲ ଷ୍ଟାଡିୟମ।

2019 ଦିନିକିଆ ବିଶ୍ବକପ ପରଠାରୁ ଉଭୟ ଦଳ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇ ନାହିଁ। କେବଳ 4 ବର୍ଷ ମଧ୍ୟରେ ଭାରତ ଓ ପାକିସ୍ତାନ କେବଳ ଟ୍ବି ଟ୍ବେଣ୍ଟି ଫର୍ମାଟରେ ଭେଟିଛନ୍ତି। ପୂର୍ବ ରେକର୍ଡ ଅନୁଯାୟୀ ଏସିଆ କପରେ ଦିନିକିଆ ଫର୍ମାଟରେ ଉଭୟ ଦଳ ପରସ୍ପରକୁ 13 ଥର ଭେଟିଛନ୍ତି। ଏଥିରୁ 7ଟିରେ ଭାରତ ବିଜୟୀ ହୋଇଥିବା ବେଳେ ପାକିସ୍ତାନ 5ଟି ମ୍ୟାଚ ବିଜୟୀ ହୋଇଥିଲା।

ABOUT THE AUTHOR

...view details