ଓଡିଶା

odisha

ETV Bharat / sports

IndiaVsPakistan: ସୁପର ଫୋରରେ ସୁପର ସୋ

ଆଜି ସନ୍ଧ୍ୟାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ହାଇଭୋଲଟେଜ ମୁକାବିଲା । ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଜାଣନ୍ତୁ ଭାରତର କିଛି ରେକର୍ଡ । ଅଧିକ ପଢନ୍ତୁ

By

Published : Sep 4, 2022, 3:52 PM IST

IndiaVsPakistan: ସୁପର ଫରରେ ସୁପର ସୋ
IndiaVsPakistan: ସୁପର ଫରରେ ସୁପର ସୋ

ହାଇଦ୍ରାବାଦ: ଆଜି ସନ୍ଧ୍ୟାରେ ସୁପର ଫୋର୍‌ ରାଉଣ୍ଡରେ ଦେଖିବାକୁ ମିଳିବ ସୁପର ସୋ । ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ହେବ ହାଇଭୋଲଟେଜ ମୁକାବିଲା । ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଜାଣନ୍ତୁ ଭାରତର କିଛି ରେକର୍ଡ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ପାକିସ୍ତାନ ମଧ୍ୟରେ ୧୦ ଥର ଟି-୨୦ ମ୍ୟାଚ୍‌ ହୋଇଛି । ପରସ୍ପର ସହିତ ଖେଳିଥିବା ଟି-୨୦ ମ୍ୟାଚରେ ଭାରତ ୮ ଥର ମ୍ୟାଚ ଜିତିଥିବାବେଳେ ପାକିସ୍ତାନ ୨ ଥର ମ୍ୟାଚ ଜିତିଛି ।

ଆଇସିସି ୨୦୦୭ ଟି-୨୦ ବିଶ୍ବକର ଫାଇନାଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ମ୍ୟାଚ୍‌ ଜିତାଇବାରେ ହିରୋ ସାଜିଥିଲେ । ଗୌତମ ଗମ୍ଭୀର ଦ୍ବାରା ସଂଗ୍ରହ ହୋଇଥିବା ସ୍କୋର ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୭ ରନ କରିଥିଲା । ପାକିସ୍ତାନ ୧୫୮ ରନର ଟାର୍ଗେଟ ସହିତ ପଡିଆକୁ ଓହ୍ଲାଇ ଥିଲା । ମିଶବା ଉଲ-ହକଙ୍କର ୪୩ରନର ଇନିଂସ ସତ୍ତ୍ବେ ପାକିସ୍ତାନ ୧୫୨ ରନରେ ଅଲଆଉଟ୍‌ ହୋଇଯାଇଥିଲା ।

ଟି-୨୦ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲି ବଡ ଇନିଂସ ଖେଳିଛନ୍ତି । ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ଟି-୨୦ ମ୍ୟାଚରେ ଅଧିକ ରନ ସଂଗ୍ରହ କରିଛନ୍ତି । ଏହା ୮ଟି ଇନିଂସରେ ତିନୋଟି ଅର୍ଦ୍ଧଶତକ ସହିତ ୭୮ ରନ୍‌ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଥିଲା । ଟି-୨୦ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କର ଏହା ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର । ଏହି ସ୍କୋର ବିରାଟ କୋହଲି ୨୦୧୨ ମସିହା ଆସିସିସି ଟି-୨୦ ବିଶ୍ବକପରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ୬୧ ବଲ୍‌ରେ ଏହି ଅପରାଜିତ ୭୮ରନର ଇନିଂସ ଖେଳିଥିଲେ ।

ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ସବୁଠୁ ଅଧିକ ଷ୍ଟ୍ରାଇକ ରେଟ ଅଲରାଉଣ୍ଡର ଯୁବରାଜ ସିଂହ ହାସଲ କରିଛନ୍ତି । ଏହି ଷ୍ଟ୍ରାଇକ ରେଟ୍‌ ୨୦୧୨ ମସିହା ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚରେ ଯୁବରାଜ ସିଂହ ୩୬ ବଲରୁ ୪ଟି ଛକା ଏବଂ ୭ଟି ଚୌକା ସହିତ ୭୨ରନର ଇନିଂସ ଖେଳିଥିଲେ ।ସେହିପରି ବୋଲିଂ କ୍ଷେତ୍ରରେ ପାକିସ୍ତାନ ବିପକ୍ଷରେ ଫାଷ୍ଟ ବୋଲର ଭୁବନେଶ୍ବର କୁମାର ସର୍ବାଧିକ ୱିକେଟ ହାସଲ କରିଛନ୍ତି । ତାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା (୭) ରହିଛନ୍ତି ।

ଭୁବନେଶ୍ବର କୁମାର ୯ଟି ୱିକେଟ ଅକ୍ତିଆର କରିବା ସହିତ ତାଙ୍କର ଷ୍ଟ୍ରାଇକ ରେଟ ୧୪.୧୧ ରହିଛି । ଏବଂ ଇକୋନୋମି ରେଟ ୭.୫ ରହିଛି । ଭୁବନେଶ୍ବର କୁମାରଙ୍କର ସର୍ବଶ୍ରେଷ୍ଠ ବୋଲିଂ ୪ /୨୬ ରହିଛି । ସେହିପରି ଏସିଆ କପ୍‌ ୨୦୨୨ରେ ଭାରତ ତାର ପ୍ରଥମ ଲିଗ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଫାଷ୍ଟ ବୋଲର ପାକିସ୍ତାନକୁ ଅଲଆଉଟ କରିବାରେ ସଫଳ ହୋଇଥିଲେ । ଭୁବନେଶ୍ବର କୁମାର ୨୬ ରନ ବ୍ୟୟରେ ସର୍ବାଧିକ ୪ ଟି ୱିକେଟ ନେଇଥିଲେ ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନ ବ୍ୟୟରେ ୩ ଟି ୱିକେଟ ନେଇଥିଲେ ।

ABOUT THE AUTHOR

...view details