ଓଡିଶା

odisha

ETV Bharat / sports

Asia Cup 2023: ଆଜି ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଆଜି ଏସିଆ କପରେ ହାଇଭୋଲଟେଜ ମ୍ୟାଚ । ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ କଡା ମୁକାବିଲା । ଅଧିକ ପଢନ୍ତୁ

Asia Cup 2023
Asia Cup 2023

By ETV Bharat Odisha Team

Published : Sep 2, 2023, 9:10 AM IST

ହାଇଦ୍ରାବାଦ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଏସିଆ କପରେ ଆରମ୍ଭ ହୋଇଯିବ ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଦଳ ଭାରତ ଓ ପାକିସ୍ତାନ । ସମୟ ଯେତିକି ପାଖଉଛି ଉତ୍କଣ୍ଠା ସେତିକି ବଢୁଛି । ଏହି ମ୍ୟାଚକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସାରା ବିଶ୍ବର କ୍ରୀଡାପ୍ରେମୀ । ଆଜି ଅପରାହ୍ନ 3ଟା ସମୟରେ ଶ୍ରୀଲଙ୍କାର କାଣ୍ଡି ସହର ପାଲ୍ଲେକେଲ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏସିଆ କପରେ ପ୍ରଥମ ମ୍ୟାଚ ଖେଳି ବିଜୟୀ ହେବାକୁ ପୁରା ପ୍ରସ୍ତୁତ ହୋଇଛି ଟିମ ଇଣ୍ଡିଆ । ପୂର୍ବରୁ ଏସିଆ କପରେ ଭାରତର ପଲ୍ଲା ଭାରି ରହିଥିବା ରେକର୍ଡ ରହିଥିବା ବେଳେ ଆଜିର ମ୍ୟାଚ ପାଇଁ ମ୍ୟାନ ଇନ ବ୍ଲୁର ଖେଳାଳିଙ୍କ ମନୋବଳ ଦୃଢ ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ସେହିପରି ଭାରତ ଠାରୁ ବିଜୟ ଛଡାଇବାକୁ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି ପାକିସ୍ତାନ । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଚୂଡାନ୍ତ ଏକାଦଳ ଘୋଷଣା କରିଛି । ଟସ ପରେ ଭାରତୀୟ ଦଳ ଚୂଡାନ୍ତ ଏକାଦାଶ ଘୋଷଣା କରିବ ।

ଏସିଆ କପରେ ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନେପାଳ ମଧ୍ୟରେ ମୁକାବିଲା ହୋଇଥିଲା ଏଥିରେ ପାକିସ୍ତାନ ବିଜୟୀ ହୋଇଥିଲା । ବାବର ଆଜମ ଓ ଇଫତିକାରଙ୍କ ଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ପାକିସ୍ତାନ ଏସିଆ କପ 2023ରେ ବିଜୟରୁ ଅଭିଯାନ ଆରମ୍ଭ କରିଥଲା । ତେଣୁ ଆଜିର ମ୍ୟାଚକୁ ନିଜ ସପକ୍ଷରେ ରଖି ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବ ପାକିସ୍ତାନ ।

ଏହା ମଧ୍ୟ ପଢନ୍ତୁ-Asia Cup 2023 Ind vs Pak: ଦିନକ ଆଗରୁ ଦଳ ଘୋଷଣା କଲା ପାକିସ୍ତାନ, ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ଉପରେ ନଜର:ଭାରତୀୟ ଦଳର ସ୍କ୍ବାଡରେ କେଏଲ ରାହୁଲ ଓ ଶ୍ରେୟସ ଆୟର ରହିଛନ୍ତି । ଆହତ ଜନିତ ସମସ୍ୟା କାରଣରୁ ଦଳରୁ ଦୀର୍ଘଦିନରୁ ଦୂରରେ ରହିଥିଲେ ଏହି ଦୁଇ ଖେଳାଳି । ଆହତରୁ ସୁସ୍ଥ ହେବା ପରେ ଏସିଆ କପ ଖେଳିବାକୁ ଉଭୟଙ୍କୁ ସୁଯୋଗ ମିଳିଛି । ଆଜିର ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶରେ ଉଭୟଙ୍କୁ ସ୍ଥାନ ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇନି। ଯଦି କେଏଲ ରାହୁଲ ଓ ଆୟର ଆଜିର ମ୍ୟାଚ ଖେଳନ୍ତି ତେବେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । କେଏଲ୍‌ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ନଥିବା ସତ୍ତ୍ଵେ ଦଳରେ କାହିଁକି ସାମିଲ୍ କରାଗଲା ବୋଲି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଆୟର ଫିଟ ଥିଲେ ମଧ୍ୟ ଏସିଆ କପ ପୂର୍ବରୁ କୌଣସି ମ୍ୟାଚ ଖେଳି ନାହାନ୍ତି । ଯଦି ସେ ଆଜିର ମ୍ୟାଚ ଖେଳନ୍ତି ତେବେ 4 ନମ୍ବରରେ ବ୍ୟାଟିଂ କରିବେ।

ଆଜିର ମ୍ୟାଚରେ ଭାରତୀୟ ଦଳର ବ୍ୟାଟର ପାକିସ୍ତାନର ପେସ ବୋଲରଙ୍କ ମଧ୍ୟରେ ପ୍ରକୃତ ଲଢେଇ ହେବ । ବ୍ୟାଟିଂ ବିଭାଗରେ ଦଳ ବିରାଟ କୋହଲି, ଶୁବମନ ଗିଲ, ରୋହିଲତ ଶର୍ମା ଓ ଇଶାନ କିଶନଙ୍କ ଉପରେ ଭରସା କରିଛି । ଶୁବମନ, ଇଶାନ ଓ କୋହଲିଙ୍କ ବ୍ୟାଟରୁ ଭଲ ସ୍କୋର ହେବା ନେଇ ଆଶା କରାଯାଉଛି । ସେହପରି ମଧ୍ୟ ଭାଗରେ ଭଲ ସ୍କୋର ପାଇଁ ଦଳ ହାର୍ଦ୍ଦିକ ପାଣ୍ଡ୍ୟା, ଜାଡେଜା ଓ ଅକ୍ଷର ପଟେଲଙ୍କ ଉପରେ ଭରସା କରିଛି । ପାକିସ୍ତାନ ଟିମରେ ସାହିନ ଆଫ୍ରିଦ, ନସିମ ଶାହ ଓ ହ୍ୟାରିସ ରୈଫଙ୍କ ପରି ବୋଲର ରହିଛନ୍ତି । ଏହି ତିନି ଜଣ ପୂର୍ବରୁ ଦିନିକିଆ କ୍ରିକେଟରେ ଘାତକ ସାବ୍ୟସ୍ତ ହୋଇଥିଲେ ।

ବୁମରାଙ୍କ ଉପରେ ନଜର: ସେହିପରି ଭାରତ ବୋଲିଂ ବିଭାଗ ମଧ୍ୟ ଦୃଢ ରହିଛି । ପାକିସ୍ତାନ ବ୍ୟାଟରଙ୍କୁ ଘାଇଲା କରିବାକୁ ପୁରା ପ୍ରସ୍ତୁତ ହୋଇଛନ୍ତି ଭାରତୀୟ ବୋଲର । ଯଶପ୍ରିତ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହା ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ତିନି ଦିନିଆ ଟି ଟ୍ବେଣ୍ଟି ମ୍ୟାଚର ଅଧିନାୟକ ଥିଲେ ବୁମରା । ତାଙ୍କ ନେତୃତ୍ବରେ ଭାରତ ବିଜୟୀ ମଧ୍ୟ ହୋଇଥିଲା । ଏହି ସିରିଜରେ ବୁମରାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା । ତେଣୁ ଆଜିର ମ୍ୟାଚରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିବା ନେଇ ଆଶା କରାଯାଉଛି । ଅନ୍ୟପଟେ ମହମ୍ମଦ ସାମ୍ମି, ପ୍ରସିଦ୍ଧ କ୍ରିଷ୍ଣା, କୁଳଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ବୋଲିଂ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ବର୍ଷା ସାଜିପାରେ ବାଧକ:ମ୍ୟାଚ୍ ପୂର୍ବରୁ ବର୍ଷା ବାଧକ ସାଜିପାରେ ବୋଲି ଶୁକ୍ରବାର ସ୍ଥାନୀୟ ପାଣିପାଗ ବିଶେଷଜ୍ଞ କହିଥିଲେ । ଯାହା ଫ୍ୟାନ୍ସଙ୍କର ଚିନ୍ତା ବଢ଼ାଇଛି । ତେଣୁ ବର୍ଷା ଦ୍ବାରା ଭାରତ-ପାକ୍‌ ମ୍ୟାଚ୍ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ମ୍ୟାଚ ପୂର୍ବରୁ କାଣ୍ଡିରେ ୬୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ମ୍ୟାଚ୍ ସମୟରେ ଆକାଶ ମେଘୁଆ ରହିବ ଏବଂ ମଝିରେ ମଝିରେ ବର୍ଷା ହେବାର ସମ୍ଭାବନା ରହିଛି ।

ABOUT THE AUTHOR

...view details