ଲଣ୍ଡନ: ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଆଗାମୀ ଜୁନ୍ ମାସରେ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବ । ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ ଦୁଇଟି ଟି୨୦ ଅଭ୍ୟାସ ମ୍ୟାଚ୍ ଖେଳିବ । ପ୍ରଥମ ଅଭ୍ୟାସ ମ୍ୟାଚ୍ ଜୁଲାଇ ୧ରେ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଡର୍ବିସାୟର ବିପକ୍ଷରେ ଓ ଜୁଲାଇ ୩ରେ ନର୍ଥମ୍ପଟନସାୟରଙ୍କ ସହ ଖେଳାଯିବ । ଭାରତୀୟ ଟିମ ଜୁନ୍ ୨୬ ଓ ୨୮ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ଟି୨୦ ମ୍ୟାଚ୍ ଖେଳିବ । ପରେ ଇଂଲଣ୍ଡ ସହ ଶେଷ ଟେଷ୍ଟ ମ୍ୟାଚ୍ ଖେଳିବ । ଗତବର୍ଷ କୋଭିଡ-୧୯ କାରଣରୁ ଏହି ମ୍ୟାଚ୍ ଖେଳାଯାଇନଥିଲା । ଏହାପରେ ଜୁଲାଇ ୭ରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଓ ODI ସିରିଜ ମଧ୍ୟ ଖେଳାଯିବ ।
ଭାରତୀୟ ଟିମର ଏକାଧିକ ସଦସ୍ୟ କୋରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବାପରେ ପଞ୍ଚମ ଟେଷ୍ଟ ସ୍ଥଗିତ କରାଯାଇଥିଲା । ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଓ ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ମଧ୍ୟରେ ସିରିଜର ଶେଷ ଟେଷ୍ଟ ପରେ ଖେଳାଯିବା ନେଇ ନିଷ୍ପତି ହୋଇଥିଲା । ଫଳରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଅସମାପ୍ତ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।
ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ସୂଚୀ:
ପୁନଃନିର୍ଦ୍ଧାରିତ ଟେଷ୍ଟ ମ୍ୟାଚ୍: ୧ ଜୁଲାଇରୁ ୫ ଜୁଲାଇ, ଏଜବେଷ୍ଟନ
ଟି୨୦ ଅଭ୍ୟାସ ମ୍ୟାଚ୍: ଡର୍ବିସାୟର ଏକାଦଶ ବନାମ ଭାରତୀୟ ଏକାଦଶ, ଡର୍ବି, ଜୁଲାଇ ୧
ନର୍ଥମ୍ପଟନସାୟର ଏକାଦଶ ବନାମ ଭାରତୀୟ ଏକାଦଶ, ନର୍ଥମ୍ପଟନ, ଜୁଲାଇ ୩
ଟି୨୦ ସିରିଜ: