ଓଡିଶା

odisha

By

Published : Nov 22, 2020, 10:31 PM IST

ETV Bharat / sports

ଯେକୌଣସି ଅର୍ଡରରେ ବ୍ୟାଟିଂ କରିବାକୁ ରାଜି: ରୋହିତ ଶର୍ମା

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳ ଆବଶ୍ୟକ କରୁଥିବା ଅର୍ଡରରେ ବ୍ୟାଟିଂ କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି ଏହି ଦମଦାମ ବ୍ୟାଟସମ୍ୟାନ। ଏକ ସାକ୍ଷାତକାରରେ ଏହା କହିଛନ୍ତି ରୋହିତ ଶର୍ମା। ଅଧିକ ପଢ଼ନ୍ତୁ...

ଯେକୌଣସି ଅର୍ଡରରେ ବ୍ୟାଟିଂ କରିବାକୁ ରାଜି: ରୋହିତ ଶର୍ମା
ଯେକୌଣସି ଅର୍ଡରରେ ବ୍ୟାଟିଂ କରିବାକୁ ରାଜି: ରୋହିତ ଶର୍ମା

ନୂଆଦିଲ୍ଲୀ: ଯେକୌଣସି ଅର୍ଡରରେ ବ୍ୟାଟିଂ କରିବାକୁ ରାଜି ଅଛନ୍ତି ଭାରତୀୟ ଓପନର ରୋହିତ ଶର୍ମା। ଜାତୀୟ ଟେଷ୍ଟ ଦଳର ଓପନିଂ କରି ଭଲ ପ୍ରଦର୍ଶନ କରିଛନ୍ତି ରୋହିତ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳ ଆବଶ୍ୟକ କରୁଥିବା ଅର୍ଡରରେ ବ୍ୟାଟିଂ କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି ଏହି ଦମଦାମ ବ୍ୟାଟସମ୍ୟାନ। ଏକ ସାକ୍ଷାତକାରରେ ଏହା କହିଛନ୍ତି ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ନେବେ ରୋହିତ।

ଆଇପିଏଲ ବେଳେ ମାଂସପେଶୀଜନିତ ସମସ୍ୟା ଯୋଗୁଁ କେତୋଟି ମ୍ୟାଚରୁ ବାଦ ପଡ଼ିଥିଲେ ରୋହିତ। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଜାତୀୟ ଦଳରୁ ମଧ୍ୟ ବାଦ ଦିଆଯାଇଥିଲା। ତେବେ ସେ ଏତେଟା ଗୁରୁତର ନଥିବାରୁ ତାଙ୍କୁ ଟେଷ୍ଟ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା ବିସିସିଆଇ। ଏହାସହ ଆଇପିଏଲର ଫାଇନାଲ ମ୍ୟାଚରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇ ପାରିଛି। ଏହାପରେ ମଧ୍ୟ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା। ଏହାପରେ ସେ ଚିକିତ୍ସିତ ହେବା ସହ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିଥିଲେ। ରାହୁଲ ଦ୍ରାବିଡଙ୍କ ନେତୃତ୍ବରେ ସେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଅଭ୍ୟାସ ଜାରି ରଖିଛନ୍ତି।

ସାକ୍ଷାତକାରରେ ରୋହିତ ଶର୍ମା କହିଛନ୍ତି ଯେ, "ମୁଁ ପୂର୍ବରୁ ମଧ୍ୟ କହିଥିଲି ଏବେ ସେହି କଥା କହିବି। ମୁଁ ଯେକୌଣସି ଅର୍ଡରରେ ବ୍ୟାଟିଂ କରିବାକୁ ରାଜି ଅଛି। ଦଳ ଆବଶ୍ୟକତା ଅନୁଯାୟୀ ବ୍ୟାଟିଂ କରିବି। ତେବେ ଦଳରେ ଓପନର ଭାବେ ମୋର ଭୂମିକା ରହିବ କି ନାହିଁ ସେନେଇ କିଛି କହି ହବନାହିଁ ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ଭାରତ ଫେରି ଆସିବେ। ଏହାପରେ ଦଳର ମ୍ୟାନେଜମେଣ୍ଟ ମୋଁ ପାଇଁ କିଛି ନା କିଛି ଭାବିକି ରଖିଥିଲେ। ସେମାନେ ଏବେ ଅଷ୍ଟ୍ରେଲିଆରେ ଅଭ୍ୟାସ ଜାରି ରଖିଛନ୍ତି। ମୁଁ ଯୋଗ ଦେବାପରେ ମୋର ଭୁମିକା ସମ୍ପର୍କରେ ଜାଣି ହେବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details