ଓଡିଶା

odisha

ETV Bharat / sports

ଭାରତର ଐତିହାସିକ ବିଜୟ, ବଲିଉଡରେ ବି ଉତ୍ସାହର ମାହୋଲ - ଅଷ୍ଟ୍ରେଲିଆ ବିରୋଧରେ ଭାରତ ବିଜୟ

ଅଷ୍ଟ୍ରେଲିଆ ବିରୋଧରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟକୁ ନେଇ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି ଉତ୍ସାହର ମହୋଲ। ଅଧିକ ପଢନ୍ତୁ...

bollywood celebrating historic border gavaskar win over australia of indian cricket team
ଭାରତର ଐତିହାସିକ ବିଜୟ, ବଲଉଡରେ ବି ଉତ୍ସାହର ମାହୋଲ

By

Published : Jan 19, 2021, 5:26 PM IST

Updated : Jan 19, 2021, 5:52 PM IST

ମୁମ୍ବାଇ:ବ୍ରିସବେନରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର ରହିଛି। ଏହାର ପ୍ରଭାବ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି। ଶାହାରୁଖ ଖାନଙ୍କଠାରୁ ଆରମ୍ଭ କରି ରଣବୀର ସିଂହ ପର୍ଯ୍ୟନ୍ତ ସଭିଏଁ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କାର ଟେଷ୍ଟ ସିରିଜକୁ 2-1ରେ ଜିତି ନେଇଛି ଭାରତୀୟ ଦଳ। ଚତୁର୍ଥ ବା ଶେଷ ମ୍ୟାଚରେ କଙ୍ଗାରୁ ଦଳକୁ 3ୱିକେଟରେ ହରାଇଛି ଟିମ ଇଣ୍ଡିଆ। 32 ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଦଳ ଅଷ୍ଟ୍ରେଲିଆକୁ ଗାବା ମୈଦାନରେ ପରାସ୍ତ କରି ପାରିଛି। ଏହାକୁ ବଲିଉଡରେ ଉତ୍ସବର ମାହୋଲ ରହିଛି।

ବ୍ରିସବେନରେ ବିଜୟ ପରେ କିଙ୍ଗ ଖାନ ଟ୍ବିଟ କରିଛନ୍ତି ଯେ, "ଭାରତୀୟ ଦଳ ପାଇଁ ଏକ ଅଦ୍ଭୁଦ ବିଜୟ! ବାକି ରହିଲା ରାତିରେ ଶୋଇବା ବେଳେ ଏହି ଐତିହାସିକ ମ୍ୟାଚର ପ୍ରତ୍ୟେକ ବଲକୁ ଦେଖିବା। ବର୍ତ୍ତମାନ ଶାନ୍ତିରେ ଶୋଇ ଏହି ଐତିହାସିକ ବିଜୟ ମୂହୁର୍ତ୍ତକୁ ଉପଭୋଗ କରିବା ଆବଶ୍ୟକ। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ଏହି ବିଜୟ ପାଇଁ ଶୁଭେଚ୍ଛା ସେମାନଙ୍କ ଧୈର୍ଯ୍ୟକୁ ମୁଁ ପ୍ରଶଂସା କରୁଛି। "

ଭାରତର ଐତିହାସିକ ବିଜୟ, ବଲଉଡରେ ବି ଉତ୍ସାହର ମାହୋଲ

ଏହାପରେ ଖିଲାଡ଼ୀ ଅକ୍ଷୟ କୁମାର ଟ୍ବିଟ କରିଛନ୍ତି ଯେ, "ଭାରତୀୟ ଦଳର ଏହି ଜବରଦସ୍ତ ପ୍ରଦର୍ଶନ ପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ଶୁଭେଚ୍ଛା। ପ୍ରତ୍ୟେକ ସମସ୍ୟାକୁ ହରାଇବା ପରେ ଏହି ଐତିହାସିକ ବିଜୟ ହାସଲ ହୋଇଛି। ପ୍ରକୃତ ଚାମ୍ପିୟନ୍ସ.... "

ଭାରତର ଐତିହାସିକ ବିଜୟ, ବଲଉଡରେ ବି ଉତ୍ସାହର ମାହୋଲ

ରଣବୀର ସିଂହ ଟ୍ବିଟ କରି ଲେଖିଛନ୍ତି ଯେ, "ଏକ ଐତିହାସିକ ବିଜୟ... ଜବରଦସ୍ତ ପ୍ରୟାସ ଜବରଦସ୍ତ ବିଜୟ। ଟିମ ଇଣ୍ଡିଆ ପାଇଁ ଗର୍ବିତ।"

ଭାରତର ଐତିହାସିକ ବିଜୟ, ବଲଉଡରେ ବି ଉତ୍ସାହର ମାହୋଲ

ଅନିଲ କପୁର ଟ୍ବିଟ କରି ଲେଖିଛନ୍ତି ଯେ, "ଭାରତୀୟ ଦଳ ପାଇଁ ଏକ ଐତିହାସିକ ବିଜୟ। ଏକ ଯୁବ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଗାବାରେ ଟେଷ୍ଟ ମ୍ୟାଚ ଜିତିବା କୌଣସି ଚମତ୍କାରଠାରୁ କମ ନୁହେଁ। ଆମ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।"

ଭାରତର ଐତିହାସିକ ବିଜୟ, ବଲଉଡରେ ବି ଉତ୍ସାହର ମାହୋଲ

ଏହାପରେ ରିତେଶ ଦେଶମୁଖ ଟ୍ବିଟ କରିଛନ୍ତି ଯେ, "ଭାରତ ଜିନ୍ଦାବାଦ... ଭାରତୀୟ ଦଳ ପାଇଁ ଗର୍ବିତ। ଏହି ଜବରଦସ୍ତ ବିଜୟ ପାଇଁ ମୁଁ ଆଜିଙ୍କ ରାହାଣେ ଓ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛି।"

ଭାରତର ଐତିହାସିକ ବିଜୟ, ବଲଉଡରେ ବି ଉତ୍ସାହର ମାହୋଲ

ପ୍ରିତୀ ଜିଣ୍ଟା ଟ୍ବିଟ କରି କହିଛନ୍ତି ଯେ, "ହେ ଭଗବାନ.. କି ବିଜୟ!! ଗାବାରେ ପରାଜୟର ଧାରା ଭାଙ୍ଗିଛି। ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ଭାରତ ଏକ ନମ୍ବର। ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନ। ଜୟ ହିନ୍ଦ।"

ଭାରତର ଐତିହାସିକ ବିଜୟ, ବଲଉଡରେ ବି ଉତ୍ସାହର ମାହୋଲ

ଭାରତର ଏହି ଐତିହାସିକ ବିଜୟ ପରେ ଟେଷ୍ଟ ଚାମ୍ପିୟନସିପରେ ଭାରତ ପ୍ରଥମ ସ୍ଥାନରେ ରହିଛି। ତା ପଛକୁ ନ୍ୟୁଜିଲାଣ୍ଡ ରହିଛି। ଅଷ୍ଟ୍ରେଲିଆ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2021, 5:52 PM IST

ABOUT THE AUTHOR

...view details