ଓଡିଶା

odisha

ETV Bharat / sports

ଦ୍ବିତୀୟ ଦିନିକିଆରେ ହୃଦୟ ହାରିଲେ ଅଷ୍ଟ୍ରେଲିଆ ଯୁବତୀ

ଭାରତ ଓ ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିୟ ଯୁବତୀଙ୍କ ହୃଦୟ ଜିତିଲେ ଭାରତୀୟ ଯୁବକ । ଅଧିକ ପଢ଼ନ୍ତୁ...

By

Published : Nov 30, 2020, 8:30 PM IST

ଦ୍ବିତୀୟ ଦିନିକିଆରେ ହୃଦୟ ହାରିଲେ ଅଷ୍ଟ୍ରେଲିଆ ଯୁବତୀ
ଦ୍ବିତୀୟ ଦିନିକିଆରେ ହୃଦୟ ହାରିଲେ ଅଷ୍ଟ୍ରେଲିଆ ଯୁବତୀ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଦ୍ବିତୀୟ ଦିନିକିଆରେ ମଧ୍ୟ ପରାଜିତ ହୋଇଛି ବିରାଟ ବାହିନୀ । ତେବେ ଏହି ମ୍ୟାଚରେ ଜଣେ ଭାରତୀୟ ଫ୍ୟାନ ବିଜୟୀ ହୋଇଥିଲେ । ମ୍ୟାଚ ମଝିରେ ପାଭିଲିଅନରୁ ଏକ ରୋମାଣ୍ଟିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଭାରତୀୟ ଫ୍ୟାନ ଜଣେ ଅଷ୍ଟ୍ରେଲିୟ ଫ୍ୟାନଙ୍କୁ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କ ପ୍ରେମ ନିବେଦନକୁ ଅଷ୍ଟ୍ରେଲିୟ ଯୁବତୀ ଜଣକ ସ୍ବିକାର ମଧ୍ୟ କରିଥିଲେ।

ଗତକାଲି (ରବିବାର) ଭାରତ 390 ରନ ବିଜୟ ଲକ୍ଷ୍ୟ ପିଛା କୁରଥିଲା । 20 ଓଭର ବେଳକୁ ଭାରତ 2ଟି ବହୁମୂଲ୍ୟ ୱିକେଟ ହରାଇ 126 ରନ କରିଥିଲା । ଭାରତ ମ୍ୟାଚ ଜିତିବ କି ହାରିଯିବ ସେନେଇ ଚିନ୍ତାରେ ଥିଲେ ଭାରତୀୟ ଫ୍ୟାନ । ତେବେ ଅଧା ମ୍ୟାଚରେ ଭାରତୀୟ ଫ୍ୟାନ ଜଣକ ଅଷ୍ଟ୍ରେଲିୟ ଫ୍ୟାନଙ୍କ ହୃଦୟକୁ ଜିତି ନେଇଥିଲେ। ଏହି ଦୃଶ୍ୟକୁ ପାଭିଲିଅନରେ ଥିବା ଅନ୍ୟ ଭାରତୀୟ ଓ ଅଷ୍ଟ୍ରେଲିୟ ଫ୍ୟାନମାନେ ନଜ କ୍ୟାମେରାରେ କୈଦ କୁରଥିବା ଦେଖିବାକୁ ମିଳିଥିଲା ।

ଭାରତୀୟ ଯୁବକ ଜଣକ ଅତି ରୋମାଣ୍ଟିକ ଅନ୍ଦାଜରେ ଆଣ୍ଠୁମାଡ଼ି ବସି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଏହାସହ ନିଜ ପ୍ରେମିକାଙ୍କୁ ଏକ ମୁଦି ଉପହାର ଦେଇଥିଲେ ଯୁବକ । ଏହି ଦୃଶ୍ୟକୁ ଦେଖି ଅଷ୍ଟ୍ରେଲିଆନ କମେଣ୍ଟରମାନେ ମଧ୍ୟ ଖୁସି ହୋଇଯାଇଥିଲେ । ଏହାସହ ପଡ଼ିଆ ଥିବା ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ୍ ମଧ୍ୟ ତାଳିମାରି ନୂଆ ପ୍ରେମୀ ଯୁଗଳଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି । ଏହି 3ଟିକିଆ ଦିନିକିଆ ସିରିଜରେ ଦୁଇଟି ମ୍ୟାଚ ଜିତି ସିରିଜ ନିଜ ନାମରେ କରିଛି କଙ୍ଗାରୁ ଦଳ । ଦ୍ବିତୀୟ ଦିନିକିଆରେ ଭାରତକୁ 51 ରନରେ ହରାଇଥିଲା ଅଷ୍ଟ୍ରେଲିଆ । ତେବେ ଏଭଳି ଏକ ଦୃଶ୍ୟକୁ ଦେଖିବା ପରେ ଭାରତ ଅଷ୍ଟ୍ରେଲିଆର ହୃଦୟ ଜିତିନେଇଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details