ଓଡିଶା

odisha

ETV Bharat / sports

ପଛରେ ପଡ଼ିଲା ଅଷ୍ଟ୍ରେଲିଆ, ଟେଷ୍ଟ ରାଙ୍କିଂରେ ବିଶ୍ବରେ ଇଣ୍ଡିଆ No. 1

ମଙ୍ଗଳବାର ଆଇସିସି ଦ୍ବାରା ଜାରି ହୋଇଥିବା ତାଜା ଆଇସିସି ଟେଷ୍ଟ ରାଙ୍କିଂରେ ଭାରତ ବିଶ୍ବରେ ନମ୍ବନ ୱାନ ଟେଷ୍ଟ ଦଳ ହୋଇଛି । ଅଷ୍ଟ୍ରେଲିଆକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଛି ଟିମ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ଟେଷ୍ଟ ରାଙ୍କିଂରେ ବିଶ୍ବରେ ଇଣ୍ଡିଆ No.1
ଟେଷ୍ଟ ରାଙ୍କିଂରେ ବିଶ୍ବରେ ଇଣ୍ଡିଆ No.1

By

Published : May 3, 2023, 1:32 AM IST

ହାଇଦ୍ରାବାଦ: ବିଶ୍ବ ଟେଷ୍ଟ ଚାମ୍ପିୟନସିପ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ମିଳିଛି ଏକ ବଡ଼ ସଫଳତା । ମଙ୍ଗଳବାର ଆଇସିସି ଦ୍ବାରା ଜାରି ହୋଇଥିବା ତାଜା ଆଇସିସି ଟେଷ୍ଟ ରାଙ୍କିଂରେ ଭାରତ ବିଶ୍ବରେ ନମ୍ବନ ୱାନ ଟେଷ୍ଟ ଦଳ ହୋଇଛି । ଅଷ୍ଟ୍ରେଲିଆକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଛି ଟିମ ଇଣ୍ଡିଆ । ଏହା ସହିତ ଅନ୍ତର୍ଜାତୀୟ ଟି20ରେ ମଧ୍ୟ ଦଳ ପ୍ରଥମ ସ୍ଥାନ ବଜାୟ ରଖିଛି ।

ତେବେ ଆସନ୍ତା ଜୁନ 7 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଖେଳାଯିବ । ଏହା ପୂର୍ବରୁ ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହେବା ନିଶ୍ଚିତ ଭାବରେ ଭାରତୀୟ କ୍ରିକେଟ ଦଳର ସମସ୍ତ ଖେଳାଳି ଓ ପ୍ରଶଂସକଙ୍କୁ ଉତ୍ସାହିତ କରିଛି । ବିଗତ 15 ମାସରୁ ଅଧିକ ସମୟ ଧରି ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷରେ ରହିଥିଲା ଅଷ୍ଟ୍ରେଲିଆ । ତେବେ ବର୍ତ୍ତମାନ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏହି ମୁକୁଟ ପିନ୍ଧିଛି ଭାରତୀୟ କ୍ରିକେଟ ଦଳ ।

ପ୍ରକାଶ ଥାଉ କି, ମେ 2020ରୁ ମେ 2022 ସମୟ ମଧ୍ୟରେ ସମସ୍ତ ଦଳର ପ୍ରଦର୍ଶନକୁ ନେଇ ଆଇସିସି ମଙ୍ଗଳବାର ତାଜା ରାଙ୍କିଂ ଜାରି କରିଛି । ଏଥିରେ ଅଷ୍ଟ୍ରେଲିଆ 5 ରେଟିଂ ପଏଣ୍ଟ ହରାଇ ଦ୍ବିତୀୟ ସ୍ଥାନକୁ ଖସିଛି । ସେହିଭଳି ଭାରତ ଅଧିକ 2 ପଏଣ୍ଟ ପାଇ ଶୀର୍ଷରେ ପହଞ୍ଚିଛି । ତେବେ ବର୍ତ୍ତମାନ ଭାରତ 121 ପଏଣ୍ଟ ସହିତ ଶୀର୍ଷରେ ରହିଥିବା ବେଳେ 116 ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ବିତୀୟରେ ରହିଛି । ସେହିଭଳି 114 ପଏଣ୍ଟ ପାଇ ତୃତୀୟରେ ରହିଛି ଇଂଲଣ୍ଡ । ଚତୁର୍ଥରେ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ପଞ୍ଚମରେ ନ୍ୟୁଜିଲାଣ୍ଡ, ଷଷ୍ଠରେ ପାକିସ୍ତାନ, ସପ୍ତମରେ ଶ୍ରୀଲଙ୍କା, ଅଷ୍ଟମରେ ୱେଷ୍ଟ ଇଣ୍ଡିଜ ରହିଛି । ସେହିଭଳି ବାଂଲାଦେଶ ନବମ ଓ ଜିମ୍ବାୱେ ଦଶମ ସ୍ଥାନରେ ରହିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଆଇସିସି ମାନ୍ୟତାରେ କେବଳ ଟେଷ୍ଟରେ ନୁହେଁ, ଅନ୍ତର୍ଜାତୀୟ ଟି20ରେ ମଧ୍ୟ ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି । ଏହି ସୂଚୀରେ 267 ପଏଣ୍ଟ ସହ ପ୍ରଥମରେ ରହିଛି ଭାରତୀୟ କ୍ରିକେଟ ଦଳ । ଏହି ଫର୍ମାଟରେ 259 ପଏଣ୍ଟ ସହ ଦ୍ବିତୀୟରେ ରହିଛି ଇଂଲଣ୍ଡ । ସେହିଭଳି ନ୍ୟୁଜିଲାଣ୍ଡ 256 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ 254 ପଏଣ୍ଟ ପାଇ ଚତୁର୍ଥରେ ପାକିସ୍ତାନ ଓ 253 ପଏଣ୍ଟ ସହ ପଞ୍ଚମରେ ରହିଛି ଦକ୍ଷିଣ ଆଫ୍ରିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details