ଓଡିଶା

odisha

ETV Bharat / sports

ଇଣ୍ଡିଆ ଇଂଲଣ୍ଡ ଟେଷ୍ଟ: ପ୍ରଥମ ଇଂନିସ, ୨୮୪ରେ ଇଂଲଣ୍ଡ ଅଲଆଉଟ

ଏଜବଷ୍ଟନରେ ଚାଲିଥିବା ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ଆଜି ତୃତୀୟ ଦିନ । ଆଜି ତୃତୀୟ ଦିନ ଖେଳରେ ଇଂଲଣ୍ଡ ୨୮୪ ରନ କରି ଅଲ ଆଉଟ ହୋଇଛି । ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

India England Test: England are bowled out for 284
India England Test: England are bowled out for 284

By

Published : Jul 3, 2022, 8:01 PM IST

Updated : Jul 3, 2022, 8:06 PM IST

ହାଇଦ୍ରାବାଦ: ଏଜବଷ୍ଟନରେ ଚାଲିଥିବା ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ଆଜି ତୃତୀୟ ଦିନ । ଆଜି ତୃତୀୟ ଦିନ ଖେଳରେ ଇଂଲଣ୍ଡ ୨୮୪ ରନ କରି ଅଲ ଆଉଟ ହୋଇଛି । ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ଶତକ ହାସଲ କରିଛନ୍ତି । ଶତକ ହାସଲ କରି ଇଂଲଣ୍ଡର ସମ୍ମାନ ରକ୍ଷା କରିଛନ୍ତି ଜନି ବେୟାରଷ୍ଟୋ । ଜନି ବେୟାରଷ୍ଟୋ ୧୪୦ ବଲରୁ ୧୪ ଟି ଚୌକା ୨ଟି ଛକା ମାରି ୧୦୬ ରନ କରି କୋହଲିଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି ।

ସେହିପରି ଜୋ ରୁଟ ୬୭ ବଲରୁ ୪ଟି ଚୌକା ମାରି ୩୧ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ବେନ ଷ୍ଟୋକ୍ସ ୩୬ ବଲରୁ ୪ ଟି ଚୌକା ମାରି ୨୫ ରନ କରି ବୁମରାଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି । ସାମ ବିଲିଙ୍ଗ୍ସ ୫୭ ବଲରୁ ୪ ଟି ଚୌକା ମାରି ୩୬ ରନ କରି ମହମ୍ମଦ ସିରାଜଙ୍କ ଦ୍ବାରା ବୋଲ୍ଡ ହୋଇଛନ୍ତି । ମ୍ୟାଟି ପଟ୍ସ ୧୮ ବଲରୁ ୩ ଚୌକା ମାରି ୧୯ ରନ କରି ଶ୍ରେୟାସ ଆୟାରଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି ।

ପ୍ରଥମ ଇଂନିସରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ଟି ୱିକେଟ ହାତେଇଥିବା ବେଳେ ଅଧିନାୟକ ଜଶପ୍ରିତ ବୁମରା ୩ଟି ୱିକେଟ ହାତେଇଛନ୍ତି । ସେହିପରି ମହମ୍ମଦ ସାମ୍ମି ୨ ଟି ଶାର୍ଦୁଲ ଠାକୁର ଗୋଟିଏ ୱିକେଟ ହାତେଇଛନ୍ତି ।

ପ୍ରଥମ ଇଂନିସରେ ଭାରତ ୪୧୬ ରନ କରି ଅଲଆଉଟ ହୋଇଛି । ଖେଳ ଆରମ୍ଭରୁ ଭାରତ ବିପର୍ଯ୍ୟୟ ବ୍ୟାଟିଂର ସାମନା କରିଥିଲା । ଓପନର ବ୍ୟାଟିଂରେ ବିଫଳ ହେବା ପରେ ମିଡିଲ ଅର୍ଡର ବ୍ୟାଟର ମଧ୍ୟ କ୍ରିଜରେ ତିଷ୍ଠି ପାରିନଥିଲେ । ପରେ ୱିକେଟ କିପର ଋଷଭ ପନ୍ତ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପାର୍ଟନରଶିପ ୨୨୨ ରନର ଭାଗିଦାର ହୋଇ ଦଳକୁ ସ୍କୋର ଅଭିମୁଖେ ନେଇଥିଲେ । ଉଭୟ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଛନ୍ତି । ଏହି ସିରିଜରେ ଭାରତ ୨-୧ ରେ ଆଗୁଆ ରହିଛି ।

Last Updated : Jul 3, 2022, 8:06 PM IST

ABOUT THE AUTHOR

...view details