ଓଡିଶା

odisha

ETV Bharat / sports

India-England 3rd T20: କ୍ଲିନ ସ୍ବିପ ଲକ୍ଷ୍ୟରେ ରୋହିତ ବାହିନୀ - IND vs ENG third t20 match

ଭାରତ ଇଂଲଣ୍ଡ ମଧ୍ୟରେ ଆଜି(ରବିବାର) ଖେଳାଯିବ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ । ସିରିଜ କ୍ଲିନ୍‌ ସ୍ବିପ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ଭାରତ ଏହି ଟି-20 ମ୍ୟାଚରେ ୨-୦ରେ ଆଗୁଆ ରହିଛି । ସେପଟେ ଇଂଲଣ୍ଡ ହାତରୁ ଦୁଇ ଦୁଇଟା ମ୍ୟାଚ ଯିବା ପରେ ଆଜିର ମ୍ୟାଚରେ ବିଜୟ ହାସଲ ପାଇଁ ବଟଲର ବାହିନୀର ଚେଷ୍ଟା ଜାରି ରହିବ । ଅଧିକ ପଢନ୍ତୁ

India-England 3rd T20: କ୍ଲିନ ସ୍ବିପ ଲକ୍ଷ୍ୟରେ ରୋହିତ ବାହିନୀ
India-England 3rd T20: କ୍ଲିନ ସ୍ବିପ ଲକ୍ଷ୍ୟରେ ରୋହିତ ବାହିନୀ

By

Published : Jul 10, 2022, 5:14 PM IST

ହାଇଦ୍ରାବାଦ:ଭାରତ ଇଂଲଣ୍ଡ ମଧ୍ୟରେ ଆଜି(ରବିବାର) ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । କ୍ଲିପ ସ୍ବିପ ଲକ୍ଷ୍ୟରେ ରହିବ ରୋହିତ ବାହିନୀ । ଭାରତ ଏହି ଟି-20 ସିରିଜରେ ୨-୦ରେ ଆଗୁଆ ରହିଛି । ସେପଟେ ଇଂଲଣ୍ଡ ହାତରୁ ଦୁଇ ଦୁଇଟା ମ୍ୟାଚ ଯିବା ପରେ ଆଜିର ମ୍ୟାଚରେ ବିଜୟ ହାସଲ ପାଇଁ ବଟଲର ସେନାର ଚେଷ୍ଟା ଜାରି ରହିବ ।

ଆଜିର ମ୍ୟାଚ୍‌ରେ ଦୀର୍ଘ ଦିନ ଧରି ନିଜ ଫର୍ମକୁ ସଂଘର୍ଶ କରୁଥିବା ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଦ୍ବିତୀୟ ଟି-20ରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲେ ବିରାଟ । ତାଙ୍କ ପାଖରୁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ଆଶା କରାଯାଉଥିଲେ ମଧ୍ୟ ସେ ୧ ରନ୍‌ରେ ଆଉଟ ହୋଇଥିଲେ । ସେହିପରି ପ୍ରଥମ ଟି-ଟ୍ବେଣ୍ଟିରେ ଧମାଲ କରିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି । ପ୍ରଥମ ଟି-20ରେ ପାଣ୍ଡ୍ୟା ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ସେପଟେ ବୋଲିଂ ବିଭାଗରେ ପେସ୍‌ ବୋଲର ଜଶପ୍ରିତ ବୁମରା ଓ ଭୁବନେଶ୍ବର କୁମାରଙ୍କ ପ୍ରଦର୍ଶନ ଏବେ ଭଲ ରହିଛି । ଗତ କାଲି ମ୍ୟାଚରେ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଇଂଲଣ୍ଡ ବ୍ୟାଟର । ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ମ୍ୟାଚ୍‌ ହାରିଛି ଇଂଲଣ୍ଡ ଦଳ ।

ସେପଟେ ଇଂଲଣ୍ଡ ମଧ୍ୟ ତୃତୀୟ ଟି-20 ମ୍ୟାଚ୍‌ରେ ବିଜୟୀ ହୋଇ ସମ୍ମାନ ରଖିବାକୁ ଚେଷ୍ଟା କରିବ। ଗତକାଲି(ରବିବାର) ମ୍ୟାଚରେ ଜେସନ ରଏ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଡାୱିଡ ମଲାନ, ଲିଆମ ଲିଭିଙ୍ଗଷ୍ଟୋନ , ମୋଇନ ଅଲୀ, ଡେଭିଡ ୱିଲିଙ୍କୁ ଛାଡ଼ିଦେଲେ ଆଉ କେହି ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରି ପାରିନଥିଲେ । ତେଣୁ ଇଂଲଣ୍ଡ ଦଳ ଆଜି ବ୍ୟାଟିଂ ଉପରେ ଅଧିକ ଫୋକସ କରିପାରେ ।

ସମ୍ଭାବ୍ୟ ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ(ୱିକେଟ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଜଶପ୍ରୀତ ବୁମରା, ୟୁଜିବେନ୍ଦ୍ର ଚହଲ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଇଶାନ କିଶାନ, ଅକ୍ଷର ପଟେଲ, ଆଭେଷ ଖାନ, ରବି ବିଷ୍ଣୋଇ, ଉମରାନ ମଲ୍ଲିକ

ସମ୍ଭାବ୍ୟ ଇଂଲଣ୍ଡ ଦଳ-ଜସ୍‌ ବଟଲର(ଅଧିନାୟକ), ଜେସନ ରଏ, ଡେୱିଡ ମଲାନ, ଲିଆମ ଲିଭଙ୍ଗଷ୍ଟୋନ, ହ୍ୟାରି ବ୍ରୁକ, ମୋଇନ ଅଲୀ, ସାମ୍‌ କୁରାନ, ଡେଭିଡ ୱିଲି, କ୍ରିସ ଜୋର୍ଡାନ, ରିଚାର୍ଡ ଗ୍ଲିସନ, ମାଥ୍ୟୁ ପାର୍କିନସନ, ରିଚି ଟପୋଲି, ଟାଇମଲ ମିଲ୍ସ, ଫିଲିପ ସଲ୍ଟ

ABOUT THE AUTHOR

...view details