କୋଲକାତା:ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ଆଶଙ୍କା ଉପରୁ ହଟିଲା ପରଦା । COVID-19ର ନୂଆ ଭାରିଏଣ୍ଟ ଓମିକ୍ରନ ଭୟ ସତ୍ତ୍ବେ ଆସନ୍ତା 26 ତାରିଖରେ ଆଫ୍ରିକୀୟ ଦେଶ ଗସ୍ତ କରିବ ଟିମ ଇଣ୍ଡିଆ । ତେବେ ପୂର୍ବ ନିର୍ଦ୍ଧାରିତ ଗସ୍ତ ସୂଚୀରେ ସାମାନ୍ୟ ପରବର୍ତ୍ତନ ହୋଇଛି । ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଯାତ୍ରା ତାରିଖ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇଛି । ଏଥିସହ ସୂଚୀରୁ ଟି-୨୦ ସରିଜରୁ ବାଦ୍ ଦିଆଯାଇଛି । ଏନେଇ ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ବୋର୍ଡ ବୋର୍ଡ ଘୋଷଣା କରିଛନ୍ତି ।
୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପରେ ଖେଳାଯିବା ନେଇ ସ୍ଥିର ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନୂଆ ସୂଚୀ ପାଇଁ ଭେନ୍ୟୁ ଘୋଷଣା ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ସ୍ପଷ୍ଟ କରିଛି । ପୂର୍ବରୁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଅଭିମୁଖେ ଡିସେମ୍ବର ୯ରେ ଉଡାଣ ଭରିବାର ସୂଚୀ ରହିଥିଲା ଓ ପୂର୍ବସୂଚୀ ଅନୁଯାୟୀ ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ ଆରମ୍ଭ ହେବାର ଥିଲା ।
ନୂଆ ସୂଚୀ ଅନୁଯାୟୀ, ଏହି ଗସ୍ତରେ ଭାରତୀୟ ଟିମ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ।