ଓଡିଶା

odisha

ETV Bharat / sports

ଜିମ୍ବାୱେ ସିରିଜ କ୍ଲିନ ସ୍ୱିପ୍ କରିଲା ଭାରତ, ଗିଲଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ - ଭାରତ ଜିମ୍ବାୱେକୁ ୧୩ ରନରେ ହରାଇଛି

ଜିମ୍ବାୱେ ବିପକ୍ଷ ସିରିଜ କ୍ଲିନ ସ୍ବିପ(clean sweep) କରିଲା ଭାରତ(India-Zimbabwe series) । ଆଜିର ଅନ୍ତିମ ଦିନିକିଆରେ ଶୁଭମନ ଗିଲ୍‌ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଶତକ ହାସଲ (1st International ODI Century) କରିଛନ୍ତି ।

ଜିମ୍ବାୱେ ସିରିଜ କ୍ଲିନ ସ୍ବିପ କରିଲା ଭାରତ, ଗିଲଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ
ଜିମ୍ବାୱେ ସିରିଜ କ୍ଲିନ ସ୍ବିପ କରିଲା ଭାରତ, ଗିଲଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

By

Published : Aug 22, 2022, 9:45 PM IST

ହାଇଦ୍ରାବାଦ: ଜିମ୍ବାୱେ ବିପକ୍ଷ ସିରିଜ କ୍ଲିନ ସ୍ବିପ(clean sweep) କଲା ଭାରତ (India-Zimbabwe series) । ଆଜି (ସୋମବାର) ଖେଳାଯାଇଥିବା ଅନ୍ତିମ ଦିନିକିଆରେ(3rd ODI) ଭାରତ ଜିମ୍ବାୱେକୁ ୧୩ ରନରେ ହରାଇଛି । ଏହି ସିରିଜରେ ଭାରତର ଶୁଭମନ ଗିଲ ଅନ୍ତର୍ଜାତୀୟ ଦିନିକିରେ (1st International ODI Century) ପ୍ରଥମ ଥର ଶତକ ହାସଲ କରିଥିବା ବେଳେ ଜିମ୍ବାୱେ ତରଫରୁ ସିକନ୍ଦର ରାଜା ଶତକ ହାସଲ କରିଛନ୍ତି ।

ଭାରତ ଟସ ଜିତି ଅଧିନାୟକ ଲୋକେଶ ରାହୁଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୮୯ ରନର ଇନିଂସ ଖେଳିଥିବା ବେଳେ ଏହାର ଜବାବରେ ଜିମ୍ବାୱେ ୪୯.୩ ଓଭରରେ ଅଲଆଉଟ ହୋଇଛି । ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ପରେ ହରାରେ ସ୍ପର୍ଟ୍ସ କ୍ଲବ (Harare Sports Club) ଶୁଭମନ ଗିଲ(Shubman Gill) ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଛନ୍ତି । ସେ ୯୭ ବଲରୁ ଗୋଟିଏ ଛକା ୧୫ଟି ଚୌକା ମାରି ୧୩୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ଏହା ସହିତ ସେ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଭାରତ ପକ୍ଷରୁ ପ୍ରଥମେ ଶିଖର ଧାୱନ ଏବଂ କେଏଲ ରାହୁଲ ଓପନିଂ ପାଇଁ ଆସିଥିଲେ । ଉଭୟ ଯଥାକ୍ରମେ ୪୦ ଓ ୩୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ଇଶାନ କିଶାନ ୬୧ ବଲରୁ ୫୦ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ସେପଟେ ଆଭେଷ ଖାନ ସର୍ବାଧିକ ତିନୋଟି ୱିକେଟ ହାତେଇ ଥିବା ବେଳେ ଦୀପକ ଚହର ଏବଂ ଅକ୍ଷର ପଟେଲ ଦୁଇଟି, ଶାର୍ଦ୍ଦୁଲ ଠାକୁର ଗୋଟିଏ ୱିକେଟ ହାତେଇଛନ୍ତି । ଏହି ଅନ୍ତିମ ଦିନିକିଆ ବିଜୟ ପରେ ଭାରତ ଜିମ୍ବାୱେ ସିରିଜକୁ କ୍ଲିନ ସ୍ବିପ କରିଛି । ଚତୁର୍ଥ ଥର ପାଇଁ ଭାରତ ଜିମ୍ବାୱେକୁ କ୍ଲିନ ସ୍ବିପ କରିବାରେ ସଫଳ ହୋଇଛି ।

ABOUT THE AUTHOR

...view details