ଓଡିଶା

odisha

ETV Bharat / sports

IND vs BAN 2nd ODI: ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି - ଭାରତ ବନାମ ବାଂଲାଦେଶ

ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ଦିନିକିଆ । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଅଧିକ ପଢନ୍ତୁ

IND vs BAN 2nd ODI
ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

By

Published : Dec 7, 2022, 11:31 AM IST

ହାଇଦ୍ରାବାଦ: ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ଦିନିକିଆ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ପ୍ରଥମେ ଫିଲ଼୍ଡିଂ କରିବ ଭାରତ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଦ୍ବିତୀୟ ଦିନିକିଆ ଜିତି ବରାବର ଲକ୍ଷ୍ୟରେ ରହିଛି ରୋହିତବାହିନୀ । ସେପଟେ ଆଗୁଆ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ବାଂଲାଦେଶ ।

ଭ୍ରମଣକାରୀ ଭାରତ ପାଇଁ ଆଜିର ମ୍ୟାଚ କର ବା ମର ସଦୃଶ ହୋଇଛି । ମ୍ୟାଚ ଜିତି ସିରିଜ୍‌କୁ ଫେରିବାକୁ ଜୋରଦାର ଅଭ୍ୟାସ କରିଛି ରୋହିତ ବାହିନୀ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗରେ ରହିଛି ବାଂଲାଦେଶ । ଏପଟେ ସିରିଜକୁ ବାରବାର କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ପୂର୍ବ ତ୍ରୁଟିକୁ ସୁଧାରି ଦ୍ବିତୀୟ ଦିନିକିଆରେ ଦମଦାର ପ୍ରଦର୍ଶନ କରି ଶୃଙ୍ଖଳାକୁ ଫେରିବା ନେଇ ଆଶା କରାଯାଇଛି ଭାରତ । ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି ବିଫଳ ହୋଇଥିଲେ । ସିରିଜକୁ ଫେରିବାକୁ ହେଲେ ଆଜିର ମ୍ୟାଚରେ ସଫଳ ହେବାକୁ ପଡିବ । ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି କୁଳଦୀପ ସେନଙ୍କୁ ବାଦ ଦିଆଯାଇଛି । ଆହତ ସମସ୍ୟା ପାଇଁ ବିଶ୍ରାମ ନେଇଛନ୍ତି କୁଳଦୀପ ସେନ ।

ଟିମ୍ ଇଣ୍ଡିଆ ୨୦୧୫ ମସିହାରେ ବାଂଲାଦେଶ ବିପକ୍ଷ ସିରିଜରେ ୨-୧ରେ ପରାସ୍ତ ହୋଇଥିଲା । ଯଦି ଆଜି ଦଳର ପ୍ରଦର୍ଶନ ଉତ୍ତମ ନରହେ ତାହେଲେ ଇତିହାସ ପୁଣି ଥରେ ଦୋହରାଇପାରେ । ତେଣୁ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପାଇଁ ମେନ୍ ଇନ୍ ବ୍ଲୁ ଅପ୍ରାଣ ଉଦ୍ୟମ କରିବ । ତେବେ ଏହି ଦ୍ବିତୀୟ ଦିନିକିଆରେ ଅଭିଜ୍ଞ ଖେଳାଳିଙ୍କ ନିକଟରୁ ଉତ୍ତମ ପ୍ରଦର୍ଶନ ନେଇ ଆଶା ରଖାଯାଇଛି ।

ସେପଟେ ପ୍ରଥ ଦିନିକିଆ ଜିତି ଦୃଢ ମନୋବଳରେ ରହିଛି ବାଂଲାଦେଶ । ଆଜିର ମୁକାବିଲା ଜିତି ଆଗୁଆ ସିରିଜ ସିଲ ଲକ୍ଷ୍ୟରେ ରହିଛି ଦଳ । ଭାରତୀୟ ବ୍ୟାଟରଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରୟାସ କରିବେ ବାଂଲାଦେଶ ବୋଲର ।

ଭାରତୀୟ ଚୂଡାନ୍ତ ଏକାଦଶ...

ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ସର୍ଦୁଳ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, ଉମରାନ ମଲିକ ।

ABOUT THE AUTHOR

...view details