ହାଇଦ୍ରାବାଦ: ଆସନ୍ତାକାଲିଠାରୁ (ଗୁରୁବାର) ଆରମ୍ଭ ହେବାକୁ ଯାଉଛି ଭାରତ- ଜିମ୍ବାୱେ ଦିନିକିଆ ସିରିଜ । ତେବେ ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମ୍ୟାନ ଇନ ବ୍ଲୁ । ଏହି ସିହିଜରେ ଅଧିନାୟକତ୍ବ କରିବାକୁ ଯାଉଛନ୍ତି ଲୋକେଶ ରାହୁଲ । ଏହା ସହିତ ଯୁବ କ୍ରିକେଟର ଋତୁରାଜ ଗାଏକ୍ବାଡ, ଶୁଭମନ ଗିଲ, ଦୀପକ ହୁଡ୍ଡା, ଇଶାନ କିଶାନ ଆଦି ଏଥିରେ ସାମିଲ ରହିଛନ୍ତି । ଏହି ସିରିଜରେ ଭାରତ ଜିମ୍ବାୱେ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ଆସନ୍ତାକାଲି ଏହାର ପ୍ରଥମ ମ୍ୟାଚ ଭାରତୀୟ ସମୟ ୧୨.୪୫ ରେ ଖେଳାଯିବ ।
INDvsZIM series : ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ - ମ୍ୟାନ ଇନ ବ୍ଲୁ
କାଲିଠୁ ଆରମ୍ଭ ହେବାକୁ ଯାଉଛି ଭାରତ- ଜିମ୍ବାୱେ ଦିନିକିଆ ସିରିଜ । ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମ୍ୟାନ ଇନ ବ୍ଲୁ । ଅଧିକ ପଢନ୍ତୁ
INDvsZIM series : ସିରିଜ ଜିତିବା ଲକ୍ଷ୍ୟରେ ମ୍ୟାନ ଇନ ବ୍ଲୁ
ଆଣ୍ଠୁରେ ଆଘାତ ପାଇଁ ଲୋକେଶ ରାହୁଲ ମଝିରେ ଦଳରୁ ବାଦ ପଡିଥିଲେ । ସେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଏବେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ସିରିଜ ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିପାରେ । ଶେଷ ଥର ପାଇଁ ରାହୁଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ଫେବୃଆରିରେ ଦିନିକିଆ ସିରିଜ ଖେଳିଥିଲେ । ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆ ୧୮ ତାରିଖ ରହିଥିବା ବେଳେ ଦ୍ବିତୀୟ ଦିନିକିଆ ୨୦ ତାରିଖ ଏବଂ ତୃତୀୟ ଦିନିକିଆ ଅଗଷ୍ଟ ୨୨ ତାରିଖ ଖେଳାଯିବାର ଧାର୍ଯ୍ୟ ହୋଇଛି ।