ଓଡିଶା

odisha

ETV Bharat / sports

Ind vs WI: ସୁର ସାମ୍ରାଜ୍ଞୀଙ୍କୁ ଟିମ ଇଣ୍ଡିଆର ଶ୍ରଦ୍ଧାଞ୍ଜଳୀ, ନୀରବ ପ୍ରାର୍ଥନା - ଭାରତୀୟ ଖେଳାଳିଙ୍କ ନୀରବ ପ୍ରାର୍ଥନା

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି । ଖେଳ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ଖେଳାଳି ଗୋଟିଏ ମିନିଟ୍‌ ନୀରବ ପ୍ରାର୍ଥନା କରି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଅଧିକ ପଢନ୍ତୁ

Ind vs WI: Hosts observe minute of silence before start of play in memory of Lata Mangeshkar
Ind vs WI: ସୁର ସାମ୍ରାଜ୍ଞୀଙ୍କୁ ଟିମ ଇଣ୍ଡିଆର ଶ୍ରଦ୍ଧାଞ୍ଜଳୀ, ନୀରବ ପ୍ରାର୍ଥନା

By

Published : Feb 6, 2022, 4:29 PM IST

ଅହମ୍ମଦାବାଦ:ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି । ଖେଳ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ଖେଳାଳି ଗୋଟିଏ ମିନିଟ୍‌ ନୀରବ ପ୍ରାର୍ଥନା କରି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: U-19 World Cup final: ଇତିହାସ ରଚିଲା ଭାରତ, ପଞ୍ଚମ ଥର ହାତେଇଲା ବିଶ୍ବକପ

"ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇ ଟିମ ଇଣ୍ଡିଆ ସଦସ୍ୟ ଗୋଟିଏ ମିନିଟ୍‌ ନୀରବ ପ୍ରାର୍ଥନା କରିଛନ୍ତି ।" ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଟ୍ବିଟ୍‌ କରିଛି । ନୀରବ ପ୍ରାର୍ଥାନ ସହିତ କିମ୍ବଦନ୍ତୀ ଗାୟିକାଙ୍କ ସ୍ମୃତିରେ କଳା ଆର୍ମବ୍ୟାଣ୍ଡ୍‌ସ ପରିଧାନ କରିଛି ମେନ ଇନ୍‌ ବ୍ଲୁ ।

ରବିବାର ୯୦ ବର୍ଷ ବୟସରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । COVID-19ରେ ସଂକ୍ରମିତ ହେବାପରେ ତାଙ୍କୁ ଜାନୁଆରୀ ୮ ତାରିଖେ ମୁମ୍ବାଇର ବ୍ରେଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କୋଭିଡରୁ ସୁସ୍ଥ ହେଉଥିଲେ ମଧ୍ୟ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଶନିବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା । ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇଦିନ ରାଷ୍ଟ୍ରୀୟ ଶୋକ ପାଳନ ହେବ । ଏଥିସହ ତାଙ୍କ ସମ୍ମାନରେ ଜାତୀୟ ପତାକା ଦୁଇଦିନ ଅର୍ଧନମିତ ରହିବ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ।

ABOUT THE AUTHOR

...view details