ଓଡିଶା

odisha

By

Published : Mar 6, 2022, 3:18 PM IST

Updated : Mar 6, 2022, 3:40 PM IST

ETV Bharat / sports

IND vs SL: କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ରବିଚନ୍ଦ୍ରନ ଅଶ୍ବିନ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଇତିହାସ ରଚିଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ମହାନ ଭାରତୀୟ କ୍ରିକେଟର କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ । ଅଧିକ ପଢନ୍ତୁ

IND vs SL 1st test: Ravichandran Ashin goes past kapil dev's 434 wickets
କପିଳ ଦେବଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ବିନ

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ରବିବାର ଇତିହାସ ରଚିଲେ ଟିମ ଇଣ୍ଡିଆର ଷ୍ଟାର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ମୋହାଲିରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ତୃତୀୟ ଦିନରେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ୪୩୪ ଟେଷ୍ଟ ୱିକେଟକୁ ଅତିକ୍ରମ କରିଛନ୍ତି ଅଶ୍ବିନ(Ashin goes past kapil dev 434 wickets) । ଏଥିସହ କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ଦ୍ବିତୀୟ ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ବୋଲର ହେଇଛନ୍ତି । ଅଶ୍ବିନ ଏହି ମାଇନଷ୍ଟୋନ ୮୫ତମ ମ୍ୟାଚ୍‌ରେ ପୂରଣ କରିଛନ୍ତି ।

୩୫ ବର୍ଷୀୟ ଅଶ୍ବିନ ୪୩୦ ୱିକେଟ ସହ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ଖେଳିଥିଲେ । ପ୍ରଥମ ଇଂନିସରେ ଦୁଇଟି ଓ ଦ୍ବିତୀୟ ଇଂନିସରେ ଆଉ ୩ଟି ୱିକେଟ ହାସଲ କରି କପିଳଙ୍କ ରେକର୍ଡ ଟେଷ୍ଟ ୱିକେଟକୁ ଅତିକ୍ରମ କରିଥିଲେ । କପିଳ ଦେବ ୧୩୧ଟି ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଥିଲେ । ୧୩୨ ମ୍ୟାଚ୍‌ରୁ ୬୧୯ ୱିକେଟ ସହ କିମ୍ବଦନ୍ତୀ ଅନିଲ କୁମ୍ବଲେ ସର୍ବାଧିକ ୱିକେଟ ସଂଖ୍ୟା ସୂଚୀର ପ୍ରଥମ ସ୍ଥାନରେ ରହିଛନ୍ତି ।

ଶ୍ରୀଲଙ୍କାର ଦ୍ବିତୀୟ ଇଂନିସରେ ପାଥୁମ ନିସାଙ୍କାଙ୍କ ୱିକେଟ ହାସଲ କରି କପିଳଙ୍କ ୱିକେଟ ସହ ସମକକ୍ଷ ହୋଇଥିଲେ ଅଶ୍ବିନ । ପରେ ଚାରିଥ ଅସଲଙ୍କା ଅଶ୍ବିନଙ୍କ ୪୩୫ତମ ଶିକାର ହୋଇଥିଲେ । ଅଶ୍ବିନ ଚତୁର୍ଥ ଭାରତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୪୦୦ରୁ ଅଧିକ ୱିକେଟ ହାସଲ କରିଛନ୍ତି । କପିଳ ଦେବଙ୍କ ବ୍ୟତୀତ ସେ ମଧ୍ୟ ନ୍ୟୁଜିଲାଣ୍ଡର ମହାନ ବୋଲର ରିଚାର୍ଡ ହାର୍ଡଲି(୪୩୧) ଓ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କୁ(୪୩୩) ପଛରେ ପକାଇ ବିଶ୍ବର ସର୍ବକାଳୀନ ନବମ ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ।

କେବଳ ୪ଜଣ ଭାରତୀୟ ବୋଲର- କୁମ୍ବଲେ, ଅଶ୍ବିନ, କପିଳ ଦେବ ଓ ହରଭଜନ ସିଂହ ଟେଷ୍ଟ କ୍ରିକେଟରେ ୪୦୦ରୁ ଅଧିକ ୱିକେଟ ଅକ୍ତିଆର କରିଛନ୍ତି ।

Last Updated : Mar 6, 2022, 3:40 PM IST

ABOUT THE AUTHOR

...view details