ଓଡିଶା

odisha

ETV Bharat / sports

IND VS NZ : ଦ୍ବିଶତକ ହାସଲ କରିବା ପଛର ରହସ୍ୟ କହିଲେ ଗିଲ - ଇଶାନ କିଶାନ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁବମନ ଗିଲ ଅନ୍ତର୍ଜାତୀୟ କ୍ୟାରିୟରେ ପ୍ରଥମ ଦ୍ବିଶତକ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶାନ ଗିଲଙ୍କ ଏକ ସାକ୍ଷାତକାର ନେଇଥିଲେ । ଅଧିକ ପଢନ୍ତୁ

ଶୁବମନ ଗିଲଙ୍କ ସାକ୍ଷାତକାର ନେଉଛନ୍ତି ରୋହିତ ଏବଂ ଇଶାନ
ଶୁବମନ ଗିଲଙ୍କ ସାକ୍ଷାତକାର ନେଉଛନ୍ତି ରୋହିତ ଏବଂ ଇଶାନ

By

Published : Jan 19, 2023, 11:03 PM IST

ହାଇଦ୍ରାବାଦ : ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳୁଛି ଭାରତ । ଏହି ସିରିଜର ପ୍ରଥମ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ହିରୋ ସାଜିଥିଲେ ଯୁବ ବ୍ୟାଟର ଶୁବମନ ଗିଲ । ଏଥିରେ ସେ ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଦ୍ବିଶତକ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶାନ ଗିଲଙ୍କ ଏକ ସାକ୍ଷାତକାର ନେଇଥିଲେ । ଯେଉଁଥିରେ ଗିଲ ନିଜର ଉତ୍ତର ରଖିଥିଲେ ।

ଏହି ସାକ୍ଷାତକାରରେ ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶାନ ଶୁଭମନ ଗିଲଙ୍କୁ ଦ୍ବିଶତକ କ୍ଲବକୁ ସ୍ବାଗତ କରିଛନ୍ତି । ଏହା ସହିତ ହିଟମ୍ୟାନ ଗିଲଙ୍କ ଭୂୟସୀ ପ୍ରଶଂସା କରିଥିଲେ । ରୋହିତ ଶର୍ମା ଶୁବମନ ଗିଲଙ୍କୁ କହିଥିଲେ "ଆପଣ ଯେଉଁ ଭଳି ଭାବରେ ବ୍ୟାଟିଂ କରିଥିଲେ ଏବଂ ଲଢୁଆ ବ୍ୟାଟିଂ ଜାରି ରଖି କ୍ରିଜରେ ଠିଆ ହୋଇଥିଲେ ତାହା ବେଶ୍ ପ୍ରଶଂସନୀୟ ।" ଏହାର ଉତ୍ତର ଦେଇ ଗିଲ କହିଥିଲେ "ମୋତେ ସ୍ଥିତିକୁ ସମ୍ଭାଳି ଖେଳିବାର ରହିଥିଲା । ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ପରେ ବ୍ୟାକ୍ ଫୁଟକୁ ଠେଲି ହୋଇଯାଇଥିଲା । ତେବେ ମୋତେ ହିଁ କ୍ରିଜରେ ମଜଭୁତ ରହିବାକୁ ପଡିବ । ତେଣୁ ମୁଁ ସାମ୍ନାରେ ଥିବା ଟିମ୍‌ର ବୋଲରଙ୍କ ଉପରେ ମୋ ବ୍ୟାଟିଂ ମାଧ୍ୟମରେ ଚାପ ପକାଇବାକୁ ଚେଷ୍ଟା କରିଥିଲି ।"

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆରେ ଏକାଧିକ ରେକର୍ଡ ହାସଲ କରିଛନ୍ତି ଯୁବ ତାରକା ବ୍ୟାଟର ଶୁଭମନ ଗିଲ । ସେ ଏହି ମ୍ୟାଚ୍‌ରେ ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ବଳରେ ସେ ୨୦୮ ରନ ସଂଗ୍ରହ କରିଛନ୍ତି । ସେ ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି । ତେବେ ସର୍ବକନିଷ୍ଠ ଭାବରେ ୨୩ ବର୍ଷ ବୟସରେ ଦ୍ବିଶତକ ହାସଲ କରିବାରେ ସେ ରେକର୍ଡ କରିଛନ୍ତି । ଗିଲଙ୍କ ପୂର୍ବରୁ ୨୪ ବର୍ଷୀୟ ଈଶାନ କିଶାନ ବାଂଲାଦେଶ ବିପକ୍ଷରେ ୨୦୨୨ରେ ଓ ଏହା ପୂର୍ବରୁ ୨୬ ବର୍ଷୀୟ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ ।

ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳିବାକୁ ଓହ୍ଲାଇଥିଲେ ଘରୋଇ ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୩୩୭ ରନରେ ଅଲ ଆଉଟ ହୋଇଥିଲା ।

ABOUT THE AUTHOR

...view details