ଓଡିଶା

odisha

ETV Bharat / sports

IND vs NZ 2nd Test: ଅଗ୍ରୱାଲଙ୍କ ଅପରାଜିତ ଶତକ, ଦୃଢ ସ୍ଥିତିରେ ଭାରତ

ଓପନର ମୟଙ୍କ ଅଗ୍ରୱାଲଙ୍କ ଦମଦାର ଶତକ ବଳରେ ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଘରୋଇ ଟିମର ସ୍କୋର ୨୨୧/୪ ରହିଛି । ଅଧିକ ପଢନ୍ତୁ

IND vs NZ, 2nd Test: Agarwal's ton pushes India ahead after Ajaz Patel's four-for
IND vs NZ, 2nd Test: ଅଗ୍ରୱାଲଙ୍କ ଅପରାଜିତ ଶତକ, ଦୃଢ ସ୍ଥିତିରେ ଭାରତ

By

Published : Dec 3, 2021, 9:00 PM IST

ମୁମ୍ବାଇ: ଓପନର ମୟଙ୍କ ଅଗ୍ରୱାଲଙ୍କ ଦମଦାର ଶତକ ବଳରେ ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଘରୋଇ ଟିମର ସ୍କୋର ୨୨୧/୪ ରହିଛି । କିୱି ସ୍ପିନର ଏଜାଜ ପଟେଲ( Ajaz Patel) ୧୦ଟି ବଲ୍‌ ମଧ୍ୟରେ ୩ଟି ୱିକେଟ ହାସଲ କରି ଭାରତୀୟ ଟିମର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

୮୦ ରନ୍‌ ପର୍ଯ୍ୟନ୍ତ କୌଣସି ୱିକେଟ ହରାଇ ନଥିବା ଟିମ ଇଣ୍ଡିଆ ସମାନ ସ୍କୋରରେ ପ୍ରଥମେ ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା ଓ କ୍ୟାପଟେନ ବିରାଟ କୋହଲିଙ୍କ ରୂପରେ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ।

ତେବେ ଏହାପରେ ଶ୍ରେୟସ ଆୟରଙ୍କ ସହ ମିଶି ଅଗ୍ରୱାଲ ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ଉଭୟଙ୍କ ମଧ୍ୟରେ ୮୦ ରନ୍‌ର ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Ind vs NZ: ଦ୍ବିତୀୟ ଟେଷ୍ଟରୁ ଇଶାନ୍ତ, ଜାଡେଜା, ରାହାଣେ ବାଦ୍‌

ପରେ ଆୟର ୧୮ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଏଜାଜ ପଟେଲଙ୍କ ଚତୁର୍ଥ ଶିକାର ହୋଇଥିଲେ । ୱିକେଟ କିପର ବ୍ୟାଟର ରିଦ୍ଧିମାନ ଶାହା ପରେ ଅଗ୍ରୱାଲଙ୍କ ସହ ମିଶି ଭାରତୀୟ ସ୍କୋରକୁ ୨୦୦ ପାର୍‌ କରାଇଥିଲେ । ଅଗ୍ରୱାଲ ୧୨୦ ରନ୍‌ରେ ଅପରାଜିତ ଥିବାବେଳେ ଶାହା ୨୫ ରନ୍‌ରେ ଅପରାଜିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details