ନାଗପୁର : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିଛନ୍ତି । ସେ ଅଧିନାୟକ ଭାବରେ ଟେଷ୍ଟରେ ଶତକ ହାସଲ କରି ଏକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ଅଧିନାୟକ ହିସାବରେ କ୍ରିକେଟର ତିନୋଟି ଫର୍ମାଟରେ ତଥା ଦିନିକିଆ, ଟି୨୦ ଏବଂ ଟେଷ୍ଟରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇପାରିଛନ୍ତି । ବିଶ୍ବ କ୍ରିକେଟରେ ଏମିତି କରିଥିବା କ୍ରିକେଟରଙ୍କ ତାଲିକାରେ ୪ ଜଣ କ୍ରିକେଟର ରହିଛନ୍ତି । ସେମାନେ ହେଲେ ପାକିସ୍ତାନର ବାବର ଆଜମ, ଶ୍ରୀଲଙ୍କାର ତିଳକରତ୍ନେ ଦିଲଶାନ ଏବଂ ଦକ୍ଷିଣ ଆଫ୍ରିକାର ଫ୍ଲାପ ଡୁ ପ୍ଲେସିସ । ତେବେ ଏହି କ୍ଲବରେ ଏବେ ସାମିଲ ହୋଇଛନ୍ତି ରୋହିତ ଶର୍ମା ।
IND vs AUS 1st Test: ସମସ୍ତ ଫର୍ମାଟରେ ଶତକ, ରୋହିତ ବନିଲେ ଭାରତର ପ୍ରଥମ ଅଧିନାୟକ - ଭାରତ ବନାମ ଅଷ୍ଟ୍ରେଲିଆ
ରୋହିତ ଶର୍ମା ଅଧିନାୟକ ହିସାବରେ କ୍ରିକେଟର ତିନୋଟି ଫର୍ମାଟରେ ତଥା ଦିନିକିଆ, ଟି୨୦ ଏବଂ ଟେଷ୍ଟରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇପାରିଛନ୍ତି ।
ନାଗପୁରରେ ଅଷ୍ଟ୍ରେଲିଆ ବନାମ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଏହାର ପ୍ରଥମ ପାଳିରେ ରୋହିତ ଶର୍ମା ଦମଦାର ଶତକ ହାସଲ କରିଛନ୍ତି । ହିଟ୍ ମ୍ୟାନ ୨ ଟି ଛକା ଏବଂ ୧୫ ଟି ଚୌକା ବଳରେ ୧୨୦ ରନର ଇନିଂସ ଖେଳିଛନ୍ତି । ଅଧିନାୟକ ଭାବରେ ଏହା ରୋହିତ ଶର୍ମାଙ୍କର ପ୍ରଥମ ଟେଷ୍ଟ ଶତକ । ବର୍ଷ ୨୦୨୨ରେ ବିରାଟ କୋହଲି ଟେଷ୍ଟରେ କ୍ୟାପଟେନସିପ ଛାଡିବା ପରେ ହିଟ୍ ମ୍ୟାନଙ୍କୁ ଏହି ଫର୍ମାଟରେ ଅଧିନାୟକ ଦାୟିତ୍ବ ମିଳିଥିଲା । ବିରାଟ କୋହଲି ଏବଂ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟର ତିନୋଟି ଫର୍ମାଟରେ ଅଧିନାୟକ ଭାବରେ ଶତକ ହାସଲ କରିବାରେ ବିଫଳ ରହିଛନ୍ତି ।
ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂର ଶିକାର ହୋଇ ୧୭୭ କରି ଅଲଆଉଟ ହୋଇଥିଲା । ଏହାର ଜବାବରେ ଭାରତୀୟ ଟିମ ଆଜି (ଶୁକ୍ରବାର) ଦ୍ବିତୀୟ ଦିନର ବ୍ୟାଟିଂ ଜାରି ରଖିଛି । ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ମାରନସ ଲାବୁସେନଙ୍କ ସର୍ବାଧିକ ୪୯ ରନର ଇନିଂସ ବଳରେ ଅଷ୍ଟ୍ରେଲିଆ ୧୭୭ ରନ କରିବାକୁ କରିବାକୁ ସକ୍ଷମ ହୋଇଥିଲା । ଷ୍ଟିଭ ସ୍ମିଥ ୩୭ ରନ, ହେଣ୍ଡସ୍କମ ୩୧ ରନ, ଏଲେକ୍ସ କେରୀ ୩୬ ରନ କରିଥିଲେ । ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବୀନ ୩ଟି ୱିକେଟ ନେଇଥିଲେ । ସେହିପରି ସିରାଜ ଏବଂ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।