ସେଞ୍ଚୁରିଅନ: ନିଜର ସଫଳତମ କ୍ରିକେଟ କ୍ୟାରିୟରେ ନୂଆ କୀର୍ତ୍ତିମାନ ଯୋଡିଛନ୍ତି ଭାରତୀୟ ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବିଦେଶ ମାଟିରେ ପ୍ରଥମ ଭାରତୀୟ ଭାବେ ସେ ସବୁଠୁ କମ ଇଂନିସରେ ୧୦୦ ଟେଷ୍ଟ ୱିକେଟ (100 Test wickets away from home) ଦଖଲ କରିଛନ୍ତି ।
ସୁପରସ୍ପୋର୍ଟ ପାର୍କ ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ରେ ହରାଇଛି ଟିମ ଇଣ୍ଡିଆ । ଫଳେର ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ଐତିହାସିକ ଟେଷ୍ଟ ମ୍ୟାଚ୍ ବିଜୟରେ ବୁମରା ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ।
ଦକ୍ଷିଣ ଆଫ୍ରିକା ବ୍ୟାଟ୍ର ରସି ଭନ ଡର୍ ଡସନଙ୍କୁ ୧୦୦ତମ ଶିକାର କରିଥିଲେ ବୁମରା । ପୂର୍ବରୁ ବିଦେଶ ମାଟିରେ ସବୁଠୁ କମ୍ ଇଂନିସରେ ୧୦୦ ୱିକେଟ ହାସଲ କରିବାର ରେକର୍ଡ ଭାଗବତ ଚନ୍ଦ୍ରଶେଖରଙ୍କ ନାମରେ ରହିଥିଲା । ମାତ୍ର ଏବେ ବୁମରା ତାଙ୍କୁ ପଛରେ ପକାଇଛନ୍ତି ।