ଓଡିଶା

odisha

ETV Bharat / sports

କିପରି ଫର୍ମକୁ ଫେରିବେ କୋହଲି ? ସହଯୋଗ କରିବେ ଗାଭାସ୍କର

କୋହଲିଙ୍କ ଫର୍ମକୁ ନେଇ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ପୁଣି ଥରେ ମୁଁହ ଖୋଲିଛନ୍ତି । କୋହଲିଙ୍କୁ ସେ ଅଫ ଷ୍ଟମ୍ପ ବାହାରେ ବ୍ୟାଟିଂ ସମସ୍ୟାର ସମାଧାନ ପାଇଁ ସହଯୋଗ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

By

Published : Jul 19, 2022, 10:02 PM IST

ଫର୍ମକୁ ବ୍ୟାକ କରିବା ନେଇ କୋହଲିଙ୍କୁ ସହଯୋଗ କରିବେ କହିଲେ ସୁନିଲ ଗାଭାସ୍କର
ଫର୍ମକୁ ବ୍ୟାକ କରିବା ନେଇ କୋହଲିଙ୍କୁ ସହଯୋଗ କରିବେ କହିଲେ ସୁନିଲ ଗାଭାସ୍କର

ହାଇଦ୍ରାବାଦ: କ୍ରିକେଟ ପ୍ରେମୀଙ୍କୁ ଏକାଧିକ ବାର ନିରାଶ କରୁଛନ୍ତି ବିରାଟ କୋହଲି । ଭାରତର ରନ ମେସିନ କୁହାଯାଉଥିବା କୋହଲି ବର୍ତ୍ତମାନ କୌଣସି ଫର୍ମାଟରେ ବି ବଡ ସ୍କୋର କରିବାରେ ବିଫଳ ହେଉଛନ୍ତି । ଫଳରେ ଦିନକୁ ଦିନ କୋହଲିଙ୍କୁ ସମାଲୋଚନାର ଶିକାର ହେବାରୁ ପଡୁଛି । ଏପଟେ କୋହଲିଙ୍କ ଫର୍ମକୁ ନେଇ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ପୁଣି ଥରେ ମୁଁହ ଖୋଲିଛନ୍ତି । କୋହଲିଙ୍କୁ ସେ ଅଫ ଷ୍ଟମ୍ପ ବାହାରେ ବ୍ୟାଟିଂ ସମସ୍ୟାର ସମାଧାନ ପାଇଁ ସହଯୋଗ କରିବେ ବୋଲି କହିଛନ୍ତି । ବିରାଟ 2019 ନଭେମ୍ବର ମାସରୁ ଶତକ ହାସଲ କରିବାରେ ବିଫଳ ରହିଛନ୍ତି । ନିକଟରେ ଇଂଲଣ୍ଡ ଗସ୍ତରେ ବିରାଟ ମାତ୍ର 76 ରନ କରିଛନ୍ତି ।

ଏହା ସହିତ ସୁନିଲ ଗାଭାସ୍କର କହିଛନ୍ତି ଯଦି ଆମେ ଦୁଇଜଣ ଏକା ସାଙ୍ଗରେ 20 ମିନିଟ ସମୟ ଅତିବାହିତ କରିଥାନ୍ତୁ ତାହେଲେ ମୁଁ ତାଙ୍କ ସହିତ ଫର୍ମ ବିଷୟରେ ଆଲୋଚନା କରି ଜଣାଇଥାନ୍ତି କି ଏହି ସମୟରେ କିପରି ଭାବରେ ଫର୍ମକୁ ବ୍ୟାକ୍ କରିହେବ । ଏହା ତାଙ୍କୁ ସହଯୋଗ କରିପାରିଥାନ୍ତା । ବିଶେଷ ରୂପରେ ଅଫ ଷ୍ଟମ୍ପ ସମ୍ବନ୍ଧରେ ଆମେ ଚର୍ଚ୍ଚା କରିଥାନ୍ତୁ । ଜଣେ ଦକ୍ଷ ବ୍ୟାଟର ହେବା ସହିତ ନିଜ ଫର୍ମାଟକୁ ନେଇ ଚିନ୍ତିତ ରହିବା ସ୍ବାଭାବିକ କଥା ବୋଲି କହିଛନ୍ତି ଲିଟିଲ ମାଷ୍ଟର ।

ବିରାଟ କୋହଲିଙ୍କର ପ୍ରଦର୍ଶନ ଭଲ ନରହିବା କାରଣରୁ ତାଙ୍କୁ ଦଳରୁ ବାଦ ଦେବାକୁ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ସମାଲୋଚନା କରିଥିଲେ । ସେହିପରି କୋହଲିଙ୍କ ସପକ୍ଷରେ ପାକିସ୍ତାନ କ୍ରିକେଟର ବାବର ଆଜମ କହିଥିଲେ ଏ ପରିସ୍ଥିତି ସୁଧାରି ଯିବ ନିଜକୁ ଦୃଢ କରିବା ଦରକାର ଏହି ସମୟରେ । ସେହିପରି ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ମଧ୍ୟ କୋହଲିଙ୍କ ସପକ୍ଷରେ କହିଥିଲେ କୋହଲି ଜଣେ ଦକ୍ଷ ଖେଳାଳି । ସେ ତାଙ୍କ କ୍ୟାରିୟରେ ଯାହା ହାସଲ କରିଛନ୍ତି ସାଧାରଣ ଲୋକ ତାକୁ ପାଇବା ପାଇଁ ସ୍ବପ୍ନ ଦେଖିଥାନ୍ତି । ଆଗକୁ ସେ ଖେଳରେ ତାଙ୍କର ଭଲ ପ୍ରଦର୍ଶନ ଜାରି ରଖିବେ ବୋଲି ସମସ୍ତଙ୍କର ଭଲ ଆଶା ରହିଛି ।

ତେବେ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଜୁଲାଇ 22 ତାରିଖରୁ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନୋଟି ଦିନିକିଆ ଏବଂ 5ଟି ଟି-20 ଖେଳିବାକୁ ଯାଉଛି ।

ABOUT THE AUTHOR

...view details