ଓଡିଶା

odisha

ETV Bharat / sports

World Cup 2023: ଇଣ୍ଡିଆନ ପିଚ୍‌କୁ ନେଇ ଚିନ୍ତା ପ୍ରକଟ କଲେ ଅଧିନାୟକ ୱିଲୟାମସନ - ବାଂଲାଦେଶ ବନାମ ଅଷ୍ଟ୍ରେଲିଆ

ଆସନ୍ତାକାଲି ଚେପକ୍‌ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିବ ନ୍ୟୁଜିଲାଣ୍ଡ । ତେବେ ଇଣ୍ଡିଆନ ପିଚ୍‌କୁ ନେଇ ଚିନ୍ତା ପ୍ରକଟ କଲେ ଅଧିନାୟକ ୱିଲୟାମସନ । ଅଧିକ ପଢନ୍ତୁ

Kane Williamson
Kane Williamson

By ETV Bharat Odisha Team

Published : Oct 12, 2023, 8:50 PM IST

ଚେନ୍ନାଇ:ଆସନ୍ତାକାଲି (ଶୁକ୍ରବାର) ଚେନ୍ନାଇ ସ୍ଥିତ ଚେପକ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିବ ନ୍ୟୁଜିଲାଣ୍ଡ । ଆଇସିସି ବିଶ୍ବକପ୍‌ର ତୃତୀୟ ମ୍ୟାଚ୍‌ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲୟାମସନ । ବାଂଲାଦେଶକୁ ମଧ୍ୟ ପରାଜିତ କରି ବିଜୟ ଧାରା ବଜାୟ ରଖିବା ଲାଗି ଦଳ ଲକ୍ଷ୍ୟ ରଖିଛି । ହେଲେ ଟିମ ଲାଗି ଆହ୍ବାନ ସାଜିବ ପିଚ୍‌ । ଏଣୁ ଭାରତୀୟ ଗ୍ରାଉଣ୍ଡରେ ମ୍ୟାଚ ଖେଳିବା ଲାଗି ଟିମ ଯେତେଶୀଘ୍ର ନିଜକୁ ପ୍ରସ୍ତୁତ କରିବ ଟିମ ଲାଗି ତାହା ଏକ ଭଲ ସଙ୍କେତ ବୋଲି ଆଜି ପ୍ରେସ କନଫରେନ୍ସରେ କହିଛନ୍ତି ଅଧିନାୟକ ୱିଲୟାମସନ ।

ବିଶ୍ବକପ୍‌ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ କ୍ରିକେଟରଙ୍କ ଲାଗି ଭାରତୀୟ ଗ୍ରାଉଣ୍ଡ ସାଜିଛି ଆହ୍ବାନ । ଏହା ସତ୍ତ୍ବେ ଟିମ ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡ ଓ ନେଦରଲ୍ୟାଣ୍ଡକୁ ପରାସ୍ତ କରି ପ୍ରଥମ ୨ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଏହି ୨ଟି ମ୍ୟାଚରେ ୱିଲୟାମସନ ନଥିବା ସତ୍ତ୍ବେ ଟିମ ଭଲ ପ୍ରଦର୍ଶନ କରିଥିଲା । ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ୱିଲୟାମସନ ଟିମକୁ ଫେରିଥିବା ବେଳେ ଇଣ୍ଡିଆନ ପିଚ୍‌ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ଦଳ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି । ପ୍ରି-ମ୍ୟାଚ ପ୍ରେସ କନଫରେନ୍ସରେ ୱିଲୟାମସନ କହିଛନ୍ତି, " ବିଶ୍ବକପ ମ୍ୟାଚ ଲାଗି ବିଭିନ୍ନ ଭେନ୍ୟୁକୁ ଯାତ୍ରା କରିବ । ଗୋଟିଏ ପିଚ୍‌ଠାରୁ ଅନ୍ୟଟି ଭିନ୍ନ ରହିବ ନିଶ୍ଚିତ । ପିଚ୍‌ ଭିନ୍ନ ହେଲେ ଖେଳରେ ମଧ୍ୟ ପରିବର୍ତ୍ତନ ଆସିବ । ତେବେ ଉଭୟ ଦଳର ଭଲ ସ୍ପିନର ଥିବାରୁ ସେତେଟା ଅସୁବିଧା ଭୋଗିବନି ଟିମ ।"

ଏହା ବି ପଢନ୍ତୁ- Cricket World cup 2023: ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବେ କେନ ୱିଲୟାମସନ, ୨ଟି ମ୍ୟାଚରୁ ପଡିଥିଲେ ବାଦ୍‌

ୱିଲୟାମସନ ଆହୁରି କହିଛନ୍ତି, " କେବଳ ଭାରତ ନୁହେଁ, ଯେକୌଣସି ଦେଶର ବି ଖେଳ ହେଲେ ଗୋଟିଏ ପିଚ୍‌ ଅନ୍ୟଠାରୁ ଭିନ୍ନ ରହିଥାଏ । ଆଉ ଏଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କୁ ଉକ୍ତ ପିଚ୍‌କୁ ପରଖି ସଙ୍ଗେ ସଙ୍ଗେ ନିଜକୁ ଆଡଜଷ୍ଟ କରିବାକୁ ପଡ଼ିଥାଏ । ଯେତେଶୀଘ୍ର ଉକ୍ତ ପିଚ୍‌କୁ ପରଖି ଭଲ ପ୍ରଦର୍ଶନ କରିବା ଆବଶ୍ୟକ । " ସୂଚନା ଥାଉ କି ୱିଲୟାମସନ IPL ମ୍ୟାଚଂରେ ଗୁଜୁରାଟ ଟାଇଟନ୍ସରେ ଖେଳୁଥିବା ସମୟରେ ତାଙ୍କ ଡାହାଣ ଆଣ୍ଠୁରେ ଲିଗାମେଣ୍ଟ ସମସ୍ୟା ଦେଖାଦେଇଥିଲା । ଏହାପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏଣୁ ସେ ବିଶ୍ବକପ୍‌ର ପ୍ରଥମ ୨ଟି ମ୍ୟାଚ ଖେଳିପାରିନଥିଲେ ।

ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଶ୍ବକପ ସ୍କାଡ୍‌କୁ ଫେରିଥିବା ବେଳେ ବେଶ ଖୁସିଥିବା କହିଛନ୍ତି । ନିଜ ରିକଭରି ସମୟରେ ଏପଟେ ଦଳ ମଧ୍ୟ ପ୍ରୋଗ୍ରେସ କରିଥିବା ସେ କହିଛନ୍ତି । ଆସନ୍ତାକାଲି ମ୍ୟାଚରେ ୱିଲୟାମସନଙ୍କ ପ୍ରତିନିଧିତ୍ବରେ ମୈଦାନକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଟିମ । ଏହି ମ୍ୟାଚ୍‌ ମଧ୍ୟ ବେଶ ରୋମାଞ୍ଚକର ହେବ ବୋଲି ଆଶା ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details