ଓଡିଶା

odisha

ETV Bharat / sports

Cricket World Cup 2023: ଟସ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ନିମନ୍ତ୍ରଣ ଦେଲେ ଲାଥମ, ଡିକକଙ୍କ୍ ବ୍ୟାଟରୁ ପୁଣି ଛକା ଚୌକା - ICC World cup 2023

ବିଶ୍ବକପର 32ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା । ନ୍ୟୁଜିଲାଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ

Cricket World Cup 2023
Cricket World Cup 2023

By ETV Bharat Odisha Team

Published : Nov 1, 2023, 4:19 PM IST

ପୁଣେ:ବିଶ୍ବକପର 32ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା । ଆଜିର ଏହି ହାଇଭୋଲଟେଜ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚରେ କିଓ୍ବି ଟିମକୁ ଟିମ୍ ସାଉଦି ଫୋରିଥିବା ବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ଗୋଟିଏ ପରିବର୍ତ୍ତନ କରି ସାମସିକୁ ବେଞ୍ଚରେ ବସାଇଛି ।


ଦକ୍ଷିଣ ଆଫ୍ରିକା ପକ୍ଷରୁ ବ୍ୟାଟିଂ ନିମନ୍ତ୍ରଣ ପାଇବା ପରେ ମାପିଚୁପି ଆରମ୍ଭ କରିଥିଲେ ଦୁଇ ଓପନର ତେମ୍ବା ବଭୁମା ଏବଂ କ୍ବିଣ୍ଟନ ଡିକକ୍ । ଦଳୀୟ ସ୍କୋର 38ରନ ଥିବା ବେଳେ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ କ୍ୟାପଟେନ ବଭୁମା । ସେ 28ଟି ବଲ ଖେଳି 24 ରନ ସ୍କୋର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା 23.4 ଓଭର ବ୍ୟାଟିଂ କରି 116 ରନ ସ୍କୋର କରିଛି । 8.3 ବଲରେ ପ୍ରଥମ ଓ୍ବିକେଟ ପଡିବା ପରେ ଦ୍ବିତୀୟ ଓ୍ବେକଟରେ ଡିକକ୍ ଏବଂ ଭାନ ଡର ଡୁସେନଙ୍କ ମଧ୍ୟରେ 92 ବଲରେ 79 ରନର ଭାଗିଦାରୀ ହୋଇଛି । ଡିକକ୍ ନିଜର ଅର୍ଦ୍ଧଶତକ ହାସଲ କରି ପଡିଆରେ ବ୍ୟାଟିଂ କରୁଛ୍ତି । ସେ 55 ରନ ସ୍କୋର କରିଥିବା ବେଳେ 3ଟି ଚୌକା ଏବଂ 2ଟି ଛକା ମାରିଛନ୍ତି । ଏପଟେ ଡୁସେନ୍ 44 ବଲ ଖେଳି 3 ଚୌକା ଏବଂ 1 ଛକା ସହିତ 34 ରନ ସ୍କୋର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......World Cup 2023: ପ୍ରଦୂଷଣ ରୋକିବାକୁ BCCIର ବଡ ନିଷ୍ପତ୍ତି, ମୁମ୍ବାଇ-ଦିଲ୍ଲୀ ମ୍ୟାଚରେ ଫୁଟିବନି ବାଣ


ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ବର୍ତ୍ତମାନ ସୁଦ୍ଧା 6 ଜଣ ବୋଲର ବୋଲିଂ କରିଛନ୍ତି । କେବଳ ବୋଲ୍ଟ 5 ଓଭର ବୋଲିଂ କରି ଗୋଟିଏ ମେଡେନ ଓଭର ବୋଲି କରିବା ସହିତ 12 ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ପଏଣ୍ଟ ଟେବୁଲରେ ଦୁଇ ଦଳ 2 ଏବଂ 3 ନମ୍ବର ସ୍ଥାନରେ ଅଛନ୍ତି । ତେବେ ଆଜିର ମ୍ୟାଚରେ ସାଉଦି ନ୍ୟୁଜିଲାଣ୍ଡ ଟିମକୁ ଫେରିଥିବା ବେଳେ ବୋଲିଂରେ କମାଲ କରି ପାରିନାହାନ୍ତି । ସେହିପରି ସାଣ୍ଟନର କଞ୍ଜୁସି ବୋଲିଂ କରିଥିଲେ ବି ଓ୍ୱିକେଟ ପାଇ ନାହାନ୍ତି । ଏପଟେ ଦୁଇ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ ରୋଟେଟ କରିବା ସହିତ ବଡ ସ୍କୋର ପାଇଁ ଭଲ ପ୍ଲାଟଫର୍ମ ପକାଇଛନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ବଡ ବଡ ସ୍କୋର କରି ରେକର୍ଡ କରିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details