ଓଡିଶା

odisha

ETV Bharat / sports

Cricket World Cup 2023: ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ଗିଲ୍‌, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବା ହୋଇପାରେ ଘାତକ

ଭାରତୀୟ ଷ୍ଟାର୍‌ ଓପନର୍‌ ଶୁଭମନ ଗିଲ୍‌ ଚିକିତ୍ସା ପରେ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି । ତେବେ ସେ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଏନେଇ ବିସିସିଆଇର ମେଡିକାଲ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ଆଉ ୪ ଦିନ ବାକି ଥିବାବେଳେ ଗିଲ୍‌ ଏହି ମ୍ୟାଚ୍‌ ଖେଳିବେ ନା ନାହିଁ, ସେନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଅଧିକ ପଢ଼ନ୍ତୁ

ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ଗିଲ୍‌
ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ଗିଲ୍‌

By ETV Bharat Odisha Team

Published : Oct 10, 2023, 4:28 PM IST

ଚେନ୍ନାଇ: ଭାରତ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଥିବାବେଳେ ଦଳର ଷ୍ଟାର ଓପନର୍ ଶୁଭମନ ଗିଲ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଟିମ୍ ଇଣ୍ଡିଆ ଏବଂ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଏପରିକି ଗତକାଲି BCCI ଜାରି କରିଥିବା ଗିଲ୍‌ଙ୍କ ନୂତନ ହେଲ୍‌ଥ୍‌ ଅପ୍‌ଡେଟ୍‌ ଏହି ଚିନ୍ତାକୁ ଆହୁରି ବଢ଼ାଇ ଦେଇଥିଲା । ଡେଙ୍ଗୁରେ ପୀଡ଼ିତ ଶୁଭମନ ଗିଲ୍‌ଙ୍କୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା । ଏହାପରେ ଗତକାଲି ତାଙ୍କ ରକ୍ତରେ ପ୍ଲେଟଲେଟ୍‌ର ପରିମାଣ କମିଯିବା କାରଣରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲ୍‌ରେ ଗତକାଲି ରାତିରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଗିଲ୍‌ ।

ହୋଇନାହାନ୍ତି ସମ୍ପୂର୍ଣ୍ଣ ସୁସ୍ଥ: ରିପୋର୍ଟ ଅନୁସାରେ ଆଜି ଡାକ୍ତରଖାନାରୁ ଚିକିତ୍ସା ପରେ ଗିଲ୍‌ଙ୍କୁ ଡିସଚାର୍ଜ କରାଯାଇଛି । ସାଧାରଣତଃ ଜଣେ ସୁସ୍ଥ ମଣିଷ ଶରୀରରେ ଦେଢ଼ ଲକ୍ଷରୁ ସାଢ଼େ ଚାରି ଲକ୍ଷ ମଧ୍ୟରେ ପ୍ଲେଟ୍‌ଲେଟ୍ ରହିବା କଥା । ହେଲେ ଗିଲଙ୍କ ପ୍ଲେଟ୍‌ଲଟ୍ ୯୦ ହଜାରକୁ ଖସି ଆସିଥିଲା । ଏହି କାରଣରୁ ତାଙ୍କୁ ଗତକାଲି ଚେନ୍ନାଇର ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଯଦିଓ ଏବେ ତାଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି, କିନ୍ତୁ ପ୍ଲେଟଲେଟ୍ ଦୁର୍ବଳ ରହିଥିବାରୁ ଏବେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ତେଣୁ ଏବେ ବି ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବେ । ଡେଙ୍ଗୁରେ ଆକ୍ରାନ୍ତ ହେବା କାରଣରୁ ଭାରତୀୟ ଦଳର ଏହି ଷ୍ଟାର୍‌ ଓପନର୍‌ ବିଶ୍ବକପ୍‌ ୨୦୨୩ ଆରମ୍ଭରୁ ଭାରତର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ । ଏହାପରେ ଆସନ୍ତାକାଲି (ବୁଧବାର) ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ମଧ୍ୟ ବାଦ୍‌ ପଡିଛନ୍ତି ଗିଲ୍‌ । ବର୍ତ୍ତମାନ ସେ ସାମାନ୍ୟ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଯେତିକି ସମ୍ଭାବନା ରହିଛି, ସେତିକି ଦ୍ବନ୍ଦ୍ବ ମଧ୍ୟ ସୃଷ୍ଟି ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ, ପାକିସ୍ତାନ ବିପକ୍ଷରେ ନଖେଳିବା ଆଶଙ୍କା

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବା ହୋଇପାରେ ଘାତକ: ଆସନ୍ତା ଅକ୍ଟୋବର ୧୪ ତାରିଖ (ଶନିବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଏଥିପାଇଁ ହାତରେ ଆହୁରି ୪ ଦିନ ବାକି ଥିବାରୁ ଗିଲ୍‌ ସୁସ୍ଥ ହୋଇ ଏହି ମ୍ୟାଚ୍‌ ପାଇଁ ଦଳରେ ସାମିଲ୍ ହୋଇପାରନ୍ତି ବୋଲି ଆଶା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା BCCI ଏନେଇ କୌଣସି ରିପୋର୍ଟ ପ୍ରକାଶ କରିନାହିଁ । ତେବେ ଚଳିତ ବର୍ଷ ଦିନିକିଆରେ ଗିଲ୍‌ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ରହିଛନ୍ତି । ଥରେ ଫିଟ୍ ହୋଇଗଲେ ସେ ବିଶ୍ବକପ୍‌ରେ ଭାରତ ପାଇଁ କି-ପ୍ଲେୟର ହେବେ ବୋଲି BCCI ଆଶା ରଖିଛି । ହେଲେ ତାଙ୍କୁ ସିଧାସଳଖ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳାଇବା ଦଳ ପାଇଁ ଘାତକ ହୋଇପାରେ । କାରଣ କୌଣସି ମ୍ୟାଚ୍‌ ଖେଳିବା ପୂର୍ବରୁ ଅଭ୍ୟାସର ଆବଶ୍ୟକତା ରହିଥାଏ । ଡେଙ୍ଗୁରୁ ସୁସ୍ଥ ହୋଇ ବିନା କୌଣସି ଅଭ୍ୟାସରେ ଯଦି ଗିଲ୍‌ ଏହି ସିଧାସଳଖ ଏହି ବଡ଼ ମ୍ୟାଚ୍‌ ଖେଳୁଛନ୍ତି, ସେଥିପାଇଁ ଦଳକୁ କ୍ଷତି ସହିବାକୁ ପଡ଼ପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details