ଓଡିଶା

odisha

By ETV Bharat Odisha Team

Published : Oct 13, 2023, 10:57 PM IST

ETV Bharat / sports

Cricket World Cup 2023: ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ ନା ନାହିଁ ? ବଡ଼ ଅପ୍‌ଡେଟ୍‌ ଦେଲେ ରୋହିତ୍‌

ବିଶ୍ବକପ୍‌ ୨୦୨୩ରେ ଶନିବାର ଖେଳାଯିବ ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ । ତେବେ ଏହି ମ୍ୟାଚ୍‌ରେ ଶୁଭମନ ଗିଲ୍‌ ଖେଳିବେ ନା ନାହିଁ ସେନେଇ ଆଲୋଚନା ଜୋର ଧରିଛି । ତେବେ ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ ନା ନାହିଁ ?
ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ ନା ନାହିଁ ?

ଅହମ୍ମଦାବାଦ: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଅକ୍ଟୋବର ୧୪ (ଶନିବାର) ଖେଳାଯିବ ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମୁକାବିଲା । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆରେ ଯୋଗ ଦେଇଛନ୍ତି ଶୁଭମନ ଗିଲ୍‌ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ବହୁ ପ୍ରତିକ୍ଷୀତ ମ୍ୟାଚ ଖେଳାଯିବାକୁ ଥିବାବେଳେ ଶୁକ୍ରବାର ଗିଲ୍‌ ନେଟ୍‌ ପ୍ରାକ୍ଟିସ କରୁଥିବା ଦେଖିବାକି ମିଳିଥିଲା । ଡେଙ୍ଗୁରୁ ସୁସ୍ଥ ହୋଇ ଗିଲ୍‌ ବୁଧବାର ଅହମ୍ମଦାବାଦରେ ପହଞ୍ଚିଥିବାବେଳେ ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଲାଗି ସେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ଏହି ଖବର ଆସିବା ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଗିଲ୍‌ ଖେଳିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏନେଇ ଅଧିନାୟକ ରୋହିତ ଶର୍ମା ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି । ଗିଲ୍‌ ପାକିସ୍ତାନ ବିପକ୍ଷ ମୁକାବିଲାରେ ଖେଳିବାକୁ ୯୯ ପ୍ରତିଶତ ଫିଟ୍ ଅଛନ୍ତି ବୋଲି ରୋହିତ କହିଛନ୍ତି ।

ଗିଲ୍‌ ଖେଳିବାର ୯୯ ପ୍ରତିଶତ ସମ୍ଭାବନା: ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି, "ଆସନ୍ତାକାଲି ଗିଲ୍‌ ଖେଳିବାର ସମ୍ଭାବନା ୯୯ ପ୍ରତିଶତ ରହିଛି । ଆମେ ଆସନ୍ତାକାଲି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।" ତେବେ ଗିଲ୍‌ ଡେଙ୍ଗୁରୁ ସୁସ୍ଥ ହୋଇସାରିଛନ୍ତି । ଏଥିପାଇଁ ତାଙ୍କର ବିଶ୍ବକପ୍‌ ଖେଳିବା ଆଶା ମଧ୍ୟ ଉଜ୍ବଳ ହୋଇଛି । ଡେଙ୍ଗୁରେ ପୀଡ଼ିତ ହେବାପରେ ସେ ପ୍ରଥମ ଦୁଇଟି ମୁକାବିଲାରେ ଖେଳିପାରି ନଥିଲେ । ତାଙ୍କ ବଦଳରେ ଇଶାନ କିଷାନଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଈଶାନ ବିଫଳ ହୋଇଥିଲେ ହେଁ ଆଫଗାନିସ୍ତାନ ବିପକ୍ଷରେ ସେ ରୋହିତଙ୍କ ସହ ମିଶି ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଗିଲ୍‌ଙ୍କୁ ଖେଳାଇବା ପାଇଁ ମ୍ୟାନେଜ୍‌ମେଣ୍ଟ ବିଚାର କରୁଥିବା ଜଣାପଡ଼ିଛି । ଯଦି ଗିଲ୍ ଖେଳନ୍ତି ତେବେ ଏହା ତାଙ୍କର ପ୍ରଥମ ବିଶ୍ବକପ୍‌ ମ୍ୟାଚ୍ ହେବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସୁସ୍ଥ ହେଲେଣି ଗିଲ୍‌, ଆଇସିସି ଦେଲା ବଡ଼ ପୁରସ୍କାର

ଅଶ୍ବିନ ଖେଳିବାକୁ ନେଇ ଏମିତି କହିଲେ ରୋହିତ: ଏହି ପ୍ରେସ୍‌ମିଟ୍‌ରେ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଖେଳିପାରନ୍ତି ବୋଲି କହିଛନ୍ତି ରୋହିତ । ସେ କହିଛନ୍ତି, "ଆମେ ଏପର୍ଯ୍ୟନ୍ତ ପିଚ୍‌ର ସ୍ଥିତି ଦେଖିନାହୁଁ । ତେବେ ଆମେ ସବୁପ୍ରକାର ସ୍ଥିତିରେ ଖେଳିବାକୁ ପ୍ରସ୍ତୁତ ଅଛୁ । ଯଦି ଆବଶ୍ୟକ ପଡ଼େ ତେବେ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବ । ଆବଶ୍ୟକ ହେଲେ ୩ ସ୍ପିନରଙ୍କୁ ନେଇ ଖେଳିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ।" ସବୁକଥା ପିଚ୍‌ର ସ୍ଥିତି ଉପରେ ନିର୍ଭର କରେ ବୋଲି ରୋହିତ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details