ଆଣ୍ଟିଗୁଆ:ଚଳିତ ICC ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପର ସେମିମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ଦୁଇ ପ୍ରମୁଖ ଦାବିଦାର ଏହି ବ୍ଲକବଷ୍ଟ ସୁପର ଲିଗ ସେମିଫାଇନାଲରେ ମୁହାଁମୁହିଁ ହେବେ । ଶେଷ ସୁପର ଲିଗ କ୍ବାଟର-ଫାଇନାଲ ମୁକାବିଲା ଭାରତ ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କରିଥିଲା ।
ଚତୁର୍ଥ ଥର ବିଜୟୀ ୟଶ ଧୁଲଙ୍କ ନେତୃତ୍ବରେ ଭାରତ ଲିଗ ପର୍ଯ୍ୟାୟରେ ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ, ଆୟର୍ଲାଣ୍ଡକୁ ୧୪୭ରନ ଓ ଉଗାଣ୍ଡାକୁ ୩୨୬ରନରେ ହରାଇ ଗ୍ରୁପ ଚମ୍ପିୟାନ ହୋଇଥିଲା । କ୍ବିର୍ଟର ଫାଇନାଲରେ ବାଂଲାଦେଶକୁ ୫ ୱିକଟରେ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା ।
ଆଜି ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଭାରତ ଶକ୍ତି ଏବଂ ବିଜୟ ଆଶା ନେଇ ପଡିଆକୁ ଓହ୍ଲାଇବ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ପୂର୍ବରୁ ସିନ୍ଧୁ କୋଭିଡରୁ ସୁସ୍ଥ ହୋଇ ଫେରିବା ଦଳ ପାଇଁ ଖୁସି ଖବର । ଦୁର୍ନର ସିଂହ, ଅଙ୍ଗକ୍ରିସ ରଘୁବଂଶୀ ଓ ରାଜ ବାୱାଙ୍କ ସହ ଅଧିନାୟକ ୟଶ ଧୂଳ ଓ ରସିଦଙ୍କ ବ୍ୟାଟିଂ ସ୍ଥିତି ସୃଦୁଢ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଧିନାୟକ ଧୂଳ ୮୨ ରନର ପାଳି ଖେଳିଥିଲେ । ଆଜି ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ବ୍ୟାଟିଂ ସହ ବୋଲିଂ ମଧ୍ୟ ସନ୍ତୁଳିତ ରହିଛି । ବ୍ୟାଟିଂ ଲାଇନକୁ ଅଟକାଇବାକୁ ସକ୍ଷମ ଅଛନ୍ତି ଭାରତୀୟ ବୋଲର ।