ଦୁବାଇ: ବୁଧବାର ଜାରି ହୋଇଥିବା ଟି-20 ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ ରାଙ୍କିଂ ତାଲିକାରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଯଥାକ୍ରମେ ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି ।
ଅବଶ୍ୟ, ଉଭୟ ରାହୁଲ ଏବଂ କୋହଲି ଶ୍ରୀଲଙ୍କାରେ ଟି-20 ସିରିଜ ଖେଳୁଥିବା ଭାରତୀୟ ଦଳର ଅଂଶ ନୁହଁନ୍ତି, ତେବେ ଏହି ସିରିଜର ପ୍ରଥମ ମ୍ୟାଚରେ ୨୨ ରନ ଦେଇ ୪ ୱିକେଟ ନେବାପରେ ଭାରତର ଷ୍ଟାର ବୋଲର ଭୁବନେଶ୍ବର କୁମାର ଉପରକୁ ଉଠି ବୋଲିଂ ତାଲିକାରେ ୧୬ତମ ସ୍ଥାନରେ ରହିଛନ୍ତି ।
ପ୍ରଥମ ମ୍ୟାଚରେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ୧୦ମ ସ୍ଥାନ ଉପରକୁ ଉଠି ତାଲିକାର ୨୧ତମ ସ୍ଥାନରେ ରହିଛନ୍ତି । ସେପଟେ ଶ୍ରୀଲଙ୍କାର ୱାନିଣ୍ଡୁ ହସରଙ୍ଗା ଚମତ୍କାର ପ୍ରଦର୍ଶନ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।