ଓଡିଶା

odisha

ETV Bharat / sports

ICC ODI Rankings: ଶୀର୍ଷକୁ ଫେରିଲେ ମିତାଲି, ପଞ୍ଚମକୁ ଖସିଲେ ଟେଲର - ମିତାଲି ରାଜ

ICC ମାନ୍ୟତାର ଶୀର୍ଷସ୍ଥାନକୁ ଫେରିଲେ ଭାରତୀୟ ଦିନିକିଆ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ । ଅଧିକ ପଢନ୍ତୁ...

ICC ODI Rankings: Mithali Raj reclaims top spot
ICC ODI Rankings: ଶୀର୍ଷକୁ ଫେରିଲେ ମିତାଲି, ଟେଲର ପଞ୍ଚମକୁ ଖସିଲେ

By

Published : Jul 20, 2021, 5:05 PM IST

ଦୁବାଇ:ଭାରତୀୟ ଦିନିକିଆ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ ICC ମାନ୍ୟତାର ଶୀର୍ଷସ୍ଥାନକୁ ଫେରିଛନ୍ତି । ୧୬ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଳଙ୍କୃତ କରିଥିବା ମିତାଲି ନବମ ଥର ପାଇଁ ଶୀର୍ଷ ସ୍ଥାନରେ ରହିଛନ୍ତି । ସଦ୍ୟ ପ୍ରକାଶିତ ICC ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାରେ ମିତାଲି ପୁନଃ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ପୂର୍ବରୁ ନମ୍ବର ୧ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ କ୍ୟାପଟେନ ଷ୍ଟାଫନିଏ ଟେଲର ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି ।

ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜକୁ ୩-୨ରେ ଜିତିନେିଥିଲା ଟେଲରଙ୍କ ଟିମ । ମାତ୍ର ୫ ମ୍ୟାଚ ବିଶିଷ୍ଟ ସିରିଜରେ ଶେଷ ୩ଟି ମ୍ୟାଚର ପ୍ରଦର୍ଶନ ଆଧାରରରେ ସାପ୍ତାହିକ ICC ବ୍ୟାଟିଂ ମାନ୍ୟତା ପ୍ରକାଶ ପାଇଛି । ସିରିଜରେ ଟେଲର ମାତ୍ର ଦୁଇଥର ବ୍ୟାଟିଂ କରିଥିବାବେଳେ ୪୯ ଓ ୨୧ ରନ୍‌ର ଇଂନିସ ଖେଳିଥିଲେ ।

ସିରିଜର ପ୍ରଥମ ମ୍ୟାଚରେ ଅପରାଜିକ ଶତକୀୟ ଇଂନିସ ଖେଳିବା ପରେ ଗତ ସପ୍ତାହରେ ନମ୍ବର ୧ ସ୍ଥାନରେ ପହଞ୍ଚିଥିଲେ ଟେଲର । ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ମଧ୍ୟ ହରାଇଛନ୍ତି ଟେଲର । କ୍ରମାଗତ ତିନୋଟି ମ୍ୟାଚରେ ୱିକେଟ ଶୂନ୍ୟ ରହିବାପରେ ଅଷ୍ଟ୍ରେଲିଆର ଏଲିସ ପେରୀଙ୍କ ଠାରୁ ପଛରେ ସନ୍ତୁଷ୍ଟ ହୋଇଛନ୍ତି ।

୭୬୨ ପଏଣ୍ଟ ସହ ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ମିତାଲି ରାଜ, ଦ୍ବିତୀୟ ସ୍ଥାନରେ ୭୬୨ ରେଟିଂ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ଲିଜଲେ ଲି ଓ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଆଲେସ ହେଲି ରହିଛନ୍ତି । ଚତୁର୍ଥ ସ୍ଥାନରେ ଟମ ବିୟୁମୋଣ୍ଟ ଓ ପଞ୍ଚମରେ ଷ୍ଟେପନ ଟେଲର ରହିଛନ୍ତି । ଅନ୍ୟତମ ଭାରତୀୟ ଖେଳାଳି ଭାବେ ଓପନର ସ୍ମୃତି ମାନ୍ଧାନା ୭୦୧ ରେଟିଂ ପଏଣ୍ଟ ସହ ନବମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details