ନୂଆଦିଲ୍ଲୀ: ମହମ୍ମଦ ସାମିଙ୍କ ସମର୍ଥନରେ ବାହାରିଲେ ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଟି-୨୦ ବିଶ୍ବକପରେ ରବିବାର ଦୁବାଇରେ ପାକିସ୍ତାନ ଠାରୁ ଭାରତ ୧୦ ୱିକେଟରେ ପରାସ୍ତ ହେବାପରେ ମହମ୍ମଦ ସାମିଙ୍କୁ ଅନଲାଇନ୍ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି ।
ପାକିସ୍ତାନ କ୍ୟାପଟେନ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ପରେ ୧୫୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ପକ୍ଷରୁ ଦୁଇ ଓପନର ବାବର ଆଜମ ଓ ରିଜୱାନ ଅପରାଜିତ ଅର୍ଦ୍ଧଶତକ ସହ ଟିମକୁ ୧୭.୫ ଓଭରରେ ୧୦ ୱିକେଟରେ ବିଜୟ ଦେଇଥିଲେ ।
ଭାରତୀୟ ବୋଲରଙ୍କ ମଧ୍ୟରୁ ମ୍ୟାଚ୍ରେ ସାମି ସବୁଠୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୩.୫ ଓଭର ବୋଲିଂ କରିଥିବା ସାମି ୧୧ରୁ ଅଧିକ ଇକୋନୋମି ରେଟ୍ ସହ ୪୩ ରନ୍ ବ୍ୟୟ କରିଥିଲେ । ଫଳରେ ଭାରତର ବଡ ପରାଜୟ ପରେ ଅନଲାଇନ ଟ୍ରୋଲ୍ର ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ।