ବେଙ୍ଗାଲୁରୁ:ଆଜି ଆଇପିଏଲ ମେଗା ନିଲାମିର ଦ୍ବିତୀୟ ଦିନ । ଗତକାଲି ପ୍ରଥମ ଦିନରେ ମୋଟ ୭୪ ଜଣ ଖେଳାଳି ବିକ୍ରି ହୋଇଛନ୍ତି । ୧୦ ଫ୍ରାଞ୍ଚାଇଜ ମୋଟ ୩,୮୮, ୧୦,୦୦,୦୦୦ କୋଟି ଟଙ୍କାରେ ଖେଳାଳିଙ୍କୁ କ୍ରୟ କରିଛନ୍ତି । ଭାରତୀୟ ଅଲରାଉଣ୍ଡର ଦୀପକ ଚହରଙ୍କୁ ୧୪ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଏହା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଁ କେବଳ ସିଏସକେ ପାଇଁ ଖେଳିବାକୁ ଚାହେଁ ।
ଶନିବାର ପ୍ରଥମ ଦିନ ମେଗା ନିଲାମରେ ଚହରଙ୍କୁ ୧୪ କୋଟିରେ କିଣିଛି ଚେନ୍ନାଇ । ସିଏସକେ ଏବଂ ରାଜସ୍ଥାନ ମଧ୍ୟରେ ଚହରଙ୍କୁ ନେଇ ଜୋରଦାର ମୁଲଚାଲ ହୋଇଥିଲା । ଶେଷରେ ଚହରଙ୍କୁ ଚେନ୍ନାଇ କିଣିଥିଲା । ଚେନ୍ନାଇକୁ ଫେରି ଖୁବ ଖୁସି ଥିବା କହିଛନ୍ତି ଚହର । ତାଙ୍କ ଉପରେ ବିଶ୍ବାସ ରଖିଥିବା ନେଇ ଧୋନୀ ଓ ପରିଚାଳକ ଦଳକୁ ଧନ୍ୟବାଦ ଦେଇଛନ୍ତି ଦୀପକ ଚହର । ସେ ଆହୁରି କହିଛନ୍ତି ଆଉ କେଉଁ ଟିମରେ ଖେଳିବାକୁ ମୁଁ କଳ୍ପନାରେ ଭାବିନାହିଁ । ମୁଁ କେବଳ ସିଏସକେ ଟିମରେ ଖେଳିବାକୁ ଚାହେଁ ।