ହାଇଦ୍ରାବାଦ: ଜଣେ କ୍ରିକେଟର ହିସାବରେ ଆଗକୁ ବଢିବାର ପ୍ରୟାସ ଜାରି ରଖି ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ବାଡ ( India batter Ruturaj Gaikwad ) କହିଛନ୍ତି ନିଜ ଦ୍ବାରା ଖେଳାଯାଇଥିବା ଇନିଂସରେ ସ୍କୋର ଅନୁଯାୟୀ ମୁଁ କେବେ ନିଜକୁ ଆତ୍ମସମୀକ୍ଷା କରେନାହିଁ ( he does not judge himself on the basis of the amount of runs scored by him ) । ଯଦି ଆପଣ ମୋର ଗତ ଦୁଇ ବର୍ଷର ରେକର୍ଡକୁ ଅନୁଧ୍ୟାନ କରିବେ ତାହେଲେ ଦୁଇ ବର୍ଷ ଭିତରେ ବହୁତ ସୁଧାର ଆସିବା ସହିତ ଉନ୍ନତି ହୋଇଛି ।
ଆପଣ ମୋର ଦ୍ବାରା ଖେଳାଯାଇଥିବା ଇନିଂସରେ ରନର ମାତ୍ରାକୁ ସମୀକ୍ଷା କରିପାରିବେ ନାହିଁ । କାରଣ ରନର ମାତ୍ରା ପ୍ରାୟ ସମୟରେ କମ ବେଶୀ ରହିଥାଏ । ମୁଁ ମୋର ପ୍ରଥମ ଆଇପିଏଲରେ ୬୦୦ ରନ ସଂଗ୍ରହ କରିଥିଲି । ଏବଂ ପରବର୍ତ୍ତି ସଂସ୍କରଣରେ ମୁଁ ୪୦୦ ରନ ସଂଗ୍ରହ କରିଥିଲି । ହେଲେ ଏବେ ବି ଚର୍ଚ୍ଚା ହୁଏ କି ମୋର ଆଇପିଏଲରେ ଭଲ ପ୍ରଦର୍ଶନ ରହିନଥିଲା । ଗାଏକ୍ବାଡ ଆଇପିଏଲରେ ବର୍ଷ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସ ( Chennai Super Kings ) ତରଫରୁ ଖେଳି ୬୩୫ ରନ ସଂଗ୍ରହ କରିଥିଲେ ।