ହାଇଦ୍ରାବାଦ: 2023 ଜାନୁଆରୀ 13ରୁ 29 ଯାଏଁ ଓଡିଶାରେ ହକି ବିଶ୍ବ କପ ଖେଳାଯିବ ( Hockey World Cup 2023 ) । ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ ( International Federation of Hockey ) ମଙ୍ଗଳବାର ଖେଳ ସୂଚୀ ଜାରି କରିଛି । ଭାରତ ସନ୍ଧ୍ୟା ୭ ଟା ବେଳେ ପୁଲ Dରେ ଥିବା ସ୍ପେନକୁ ଭେଟିବ । ସ୍ପେନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ । ଏହି ମ୍ୟାଚ ରାଉରକେଲା ସ୍ଥିତ ନବ ନିର୍ମିତ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ( Birsa Munda International Hockey Stadium) ଖେଳାଯିବ । ସେହିପରି ଭାରତ ଜାନୁଆରୀ ୧୫ ତାରିଖରେ ଇଂଲଣ୍ଡ ସହିତ ମୁହାଁମୁହିଁ ହେବାକୁ ଥିବାବେଳେ ଜାନୁଆରୀ ୧୯ ତାରିଖରେ ୱେଲ୍ସକୁ ଭେଟିବ । 5ଟି ମହାଦେଶର ୧୬ଟି ଦେଶ ଏଥିରେ ଅଂଶଗ୍ରହଣ କରିବେ । ପୁଲ Dରେ ଭାରତ ସ୍ଥାନ ପାଇଛି । ପୁଲ୍ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ରହିଛନ୍ତି ।
୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବ କପ ଖେଳାଯିବ । ମୋଟ୍ ୧୬ଟି ଟିମକୁ ୪ଟି ପୁଲ୍ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପୁଲ୍ରେ ୪ଟି ଲେଖାଏଁ ଟିମ ରହିଛନ୍ତି । ପୁଲ Dରେ ଭାରତ ସ୍ଥାନ ପାଇଛି । ପୁଲ୍ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ରହିଛନ୍ତି । ଭାରତ ସହ ପୁଲ୍ D'ରେ ଅପେକ୍ଷାକୃତ ଦୁର୍ବଳ ଟିମ ଥିବାରୁ ଘରୋଇ ଟିମ ସହଜ ପୁଲ୍ରେ ଥିବା କୁହାଯାଉଛି । ଫଳରେ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ସହ ବିଶ୍ବକପ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଭାରତୀୟ ହକି ଟିମ ନିକଟରେ ରହିଥିବା କୁହାଯାଉଛି । ଏହି ସଂସ୍କରଣରେ ମୋଟ 44 ଟି ମ୍ୟାଚ୍ ଖେଳାଯିବ । 2018 ସଂସ୍କରଣର ଫାଇନାଲରେ ନେଦରଲ୍ୟାଣ୍ଡକୁ ପରାସ୍ତ କରି ବେଲଜିୟମ ବିଶ୍ବ ବିଜେତା ହୋଇଥିଲା ।
ନଜର ପକାନ୍ତୁ ପୁରୁଷ ହକି ବିଶ୍ବକପ ୨୦୨୩ର ପୁଲ୍ ଉପରେ
ପୁଲ୍ A: ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ , ଦକ୍ଷିଣ ଆଫ୍ରିକା