ଭୁବନେଶ୍ବର:ଏଫଆଇଏଚ ପୁରୁଷ ହକି ବିଶ୍ବକପ ପାଇଁ ଦିନ ନିକଟତର ହେଉଛି । ଏହାରି ଭିତରେ ବିଭିନ୍ନ ଦେଶର ଖେଳାଳି ଓଡିଶାରେ ପହଞ୍ଚୁଛନ୍ତି । ଦ୍ବିତୀୟ ବିଦେଶୀ ତଥା ତୃତୀୟ ଦଳ ଭାବେ ଆଜି (ଗୁରୁବାର) ଭୁବନେଶ୍ବରରେ ପହଞ୍ଚିଛି ଚିଲି । ଗତକାଲି (ବୁଧବାର) ନେଦରଲାଣ୍ଡସ ଦଳ ରାଜଧାନୀରେ ପହଞ୍ଚିଥିଲା । ଡିସେମ୍ବର 27 ତାରିଖରେ ଭାରତୀୟ ହକି ଦଳ ଭୁବନେଶ୍ବରରେ ପହଞ୍ଚିଥିଲା । ଆସନ୍ତାକାଲି (ଶୁକ୍ରବାର) ଡିଭେଣ୍ଡିଂ ଚାମ୍ପିଅନ ବେଲଜିୟମ ଓ ଅଷ୍ଟ୍ରେଲିଆ ଭୁବନେଶ୍ବରରେ ପହଞ୍ଚିବେ । ହୋଟେଲ HHI ରହିବେ ଏହି ଚିଲି ଦଳ । ବିଶ୍ୱକପ ହକିରେ ପ୍ରଥମ କରି ପଦାର୍ପଣ କରିବ ଚିଲି ।
ଗ୍ରୁପ୍ ସିରେ ସ୍ଥାନ ପାଇଥିବା ଚିଲି ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ମାଲେସିଆ ବିପକ୍ଷରେ ଖେଳିବ । ଗତକାଲି ନେଦରଲାଣ୍ଡ ଟିମ୍ ଭୁବନେଶ୍ଵରରେ ପହଞ୍ଚିଛି । ଭୁବନେଶ୍ବରରେ ଚିଲି ଦଳକୁ ସ୍ବାଗତ କରାଯାଇଥିଲା । ରାଉରକେଲା ସହର ମଧ୍ୟ ବିଦେଶୀ ଖେଳାଳିଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିଛି । ନେଦରଲାଣ୍ଡସ ଟିମ୍ ମଧ୍ୟ ଗ୍ରୁପ ସିରେ ରହିଛି । ଏପର୍ଯ୍ୟନ୍ତ ୩ ଥର ବିଶ୍ଵ ବିଜେତା ହୋଇଥିବା ବେଳେ ୬ ଥର ଫାଇନାଲ ପର୍ଯ୍ୟନ୍ତ ଯାଇଛି ନେଦରଲାଣ୍ଡସ ଟିମ୍ । ତେଣୁ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ଚିଲି 28 ତମ ଦଳ ଭାବେ ବିଶ୍ବକପରେ ପଦାର୍ପଣ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ବିଶ୍ବକର ଖେଳୁଥିବାରୁ ଦଳ ପାଇଁ ବେଶ ସ୍ମରଣୀୟ ରହିବ ଯାତ୍ରା ।