ଓଡିଶା

odisha

ETV Bharat / sports

IPL: ଗମ୍ଭୀରଙ୍କୁ ଗୁରୁ ଦାୟିତ୍ବ, ଲକ୍ଷ୍ନୌ ଫ୍ରାଞ୍ଚାଇଜର ମେଣ୍ଟର ନିଯୁକ୍ତ - ଗୌତମ ଗମ୍ଭୀର ଲକ୍ଷ୍ନୌ ଫ୍ରାଞ୍ଚାଇଜ ମେଣ୍ଟର

ନୂଆ ଫ୍ରାଞ୍ଚାଇଜ ଭାବେ ବିଶ୍ବର ବିଶ୍ବର ବିତ୍ତଶାଳୀ ଲିଗ୍‌ IPLରେ ଏଣ୍ଟ୍ରୀ ମାରିଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ ଗୌତମ ଗମ୍ଭୀରଙ୍କୁ ଶନିବାର ମେଣ୍ଟର ନିଯୁକ୍ତ କରିଛି । ଅଧିକ ପଢନ୍ତୁ

IPL: Gautam Gambhir appointed as mentor of Lucknow franchise
IPL: ଗମ୍ଭୀରଙ୍କୁ ଗୁରୁ ଦାୟିତ୍ବ, ଲକ୍ଷ୍ନୌ ଫ୍ରାଞ୍ଚାଇଜର ମେଣ୍ଟର ନିଯୁକ୍ତ

By

Published : Dec 18, 2021, 5:17 PM IST

Updated : Dec 18, 2021, 5:34 PM IST

ଲକ୍ଷ୍ନୌ(ଉତ୍ତର ପ୍ରଦେଶ): ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ନୂଆ ଦାୟିତ୍ବ । ଆଗାମୀ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL 2022)ରେ ନୂଆ ଅବତାରରେ ନଜର ଆସିବେ ଗମ୍ଭୀର । ନୂଆ ଫ୍ରାଞ୍ଚାଇଜ ଭାବେ ବିଶ୍ବର ବିଶ୍ବର ବିତ୍ତଶାଳୀ ଲିଗ୍‌ରେ ଏଣ୍ଟ୍ରୀ ମାରିଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ ଗମ୍ଭୀରଙ୍କୁ ଶନିବାର ମେଣ୍ଟର ନିଯୁକ୍ତ କରିଛି ।

ଅନ୍ୟପଟେ ଜିମ୍ବାୱେ କ୍ୟାପଟେନ ତଥା ୱିକେଟ କିପର ଆଣ୍ଡି ଫ୍ଲାୱାର ଟିମର ମୁଖ୍ୟ କୋଚ୍‌ ଦାୟିତ୍ବ ତୁଲାଇବେ ।

ମେଣ୍ଟର ନିଯୁକ୍ତ ହେବାପରେ ଗମ୍ଭୀର ଡକ୍ଟର ଗୋୟେଙ୍କା ଓ RPSG ଗ୍ରୁପ୍‌କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଗମ୍ଭୀର କହିଛନ୍ତି ଏବେବି ପ୍ରତିଯୋଗିତାର ବିଜେତା ହେବାର ନିଆଁ ନିଜ ଭିତରେ ଜଳୁଛି ।

ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ର ଲକ୍ଷ୍ନୌ ଫ୍ରାଞ୍ଚାଇଜ ପାଇଁ ନିଲାମ ଜିତିଥିଲା RPSG ଭେଞ୍ଚର୍ସ । ଅକ୍ଟୋବର ୨୫ରେ ଅନୁଷ୍ଠିତ ହୋଇଥିବା ନୂଆ ଦୁଇଟି ଟିମ ପାଇଁ ନିଲାମରେ ରେକର୍ଡ ୭,୦୯୦ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜର ମାଲିକାନା ଓ ପରିଚାଳନା ଅନୁମତି ହାସଲ କରିଥିଲା RPSG ଭେଞ୍ଚର୍ସ ।

ଏହା ବ୍ୟତୀତ ଇରେଲିଆ କମ୍ପାନୀ ପ୍ରାଇଭେଣ୍ଟ ଲିମିଟେଡ୍‌(CVC କ୍ୟାପିଟାଲ୍‌ ପାର୍ଟନର୍ସ) ୫,୬୨୫ କୋଟି ଟଙ୍କାରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ପାଇଁ ନିଲାମ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 18, 2021, 5:34 PM IST

ABOUT THE AUTHOR

...view details